ମହାବୀର କ୍ଷେତ୍ରରେ ଲଙ୍କାପୋଡି ଯାତ୍ରା : ସୀତାଠାବ ଓ ରାବଣର ଛତ୍ର ଛେଦନ ମଞ୍ଚସ୍ଥ

0 153

ଦଶପଲ୍ଲା : ଲଙ୍କାପୋଡ଼ି ଯାତ୍ରାର ୮ମ ଦିବସଟି ମୁଖ୍ୟତଃ ସୁନ୍ଦରାକାଣ୍ଡ ଓ ମହାବୀର ବଜରଂଗବାଲିଙ୍କ ଉପରେ ପର୍ଯ୍ୟବେସିତ । ବର୍ଷାଋତୁ ସମାପନ ହେବାପରେ ମହାରାଜା ସୁଗ୍ରୀବ,ମା ସୀତାଙ୍କ ସନ୍ଧାନ ନିମନ୍ତେ କୌଣସି ଆଗ୍ରହ ନ ଦେଖାଇବାରୁ ଶ୍ରୀରାମଙ୍କ ଆଦେଶରେ ଲକ୍ଷ୍ମଣ କିସ୍କିନ୍ଦା ନଗରକୁ ଗମନ କରନ୍ତି । ସୁରା ସାକିରେ ଲିପ୍ତ ସୁଗ୍ରୀବଙ୍କୁ ଲକ୍ଷ୍ମଣ ଉଚିତ ଶିକ୍ଷା ଦେବାପରେ ସେ ରାମଚନ୍ଦ୍ରଙ୍କ ନିକଟକୁ ଆସି,ମା ସୀତାଙ୍କ ସନ୍ଧାନ ନିମନ୍ତେ ଯୋଜନା କରିଛି ବୋଲି ପ୍ରକାଶ କରିବା ପରେ ,ଚାରି ଦିଗକୁ ୪ ଦଳ ସେନା ପ୍ରେରଣ କରିନ୍ତି । ମାତ୍ର ରାବଣ ମା ସୀତାଙ୍କୁ ନେଇ ଦକ୍ଷିଣକୁ ଗମନ କରିଥିବା ହେତୁ ଦକ୍ଷିଣ ଦିଗକୁ ଯୁବରାଜ ଅଙ୍ଗଦଙ୍କ ନେତୃତ୍ୱରେ ବଛାବଛା ଅଷ୍ଟମଲ୍ଲଙ୍କୁ ପ୍ରେରଣ କରନ୍ତି । ସେମାନଙ୍କ ମଧ୍ୟରେ ହନୁମାନ, ନଳ,ନୀଳ,ଜାମ୍ବବ,ଶୁଶେଣ ଆଦି ପ୍ରଧାନ । ସେମାନେ ବାଟରେ ବହୁ ବିଧାବିଘ୍ନ ଓ ଝଡ଼ ଝଂଜା ଆଦି ଅତିକ୍ରମ କରି ସମୁଦ୍ର ତଟକୁ ଗମନ କରନ୍ତି । ବାଟରେ ପକ୍ଷୀରାଜ ସଂପାତି ଆକ୍ରମଣର ଶିକାର ହୋଇ ପର୍ବତ କ୍ରୋଟରରେ ନିପତିତ ହୋଇଥିଲେ, ମାତ୍ର ଅଷ୍ଟମଲ୍ଲଙ୍କ ଠାରୁ ଶ୍ରୀରାମ କଥା ଶ୍ରବଣ କରିବାରୁ,ତାଙ୍କ ପକ୍ଷ କଅଁଳି ଉଠିବାରୁ ସେ ଅଷ୍ଟବୀରଙ୍କ ପରିଚୟ ପାଆନ୍ତି ଓ ଆପଣାର ଭାଇ ଜଟାୟୁଙ୍କ ନିଧନ ଖବର ପାଇ ଶୋକ କରନ୍ତି ।

ସେ ଅଷ୍ଟମଲ୍ଲଙ୍କୁ ଆପଣାର ପୃଷ୍ଟରେ ବସାଇ ସୁଦୂରକୁ ଲଙ୍କା ଦର୍ଶନ କରାନ୍ତି । ମହା ସମୁଦ୍ରକୁ ଡେଇଁ ମାତା ସୀତାଙ୍କୁ ଠାବ କରିବା ଏକ କଷ୍ଟକର ବ୍ୟାପାର ଥିଲା । ଏହି କାର୍ଯ୍ୟକୁ ସଂପାଦନ କରିବାକୁ, ହନୁମାନଙ୍କୁ ଜାମ୍ବବାନ ପରାମର୍ଶ ଦିଅନ୍ତି ଏବଂ ଚୈକି ମହାମୂନୀ,ପୂର୍ବରୁ ପାଇଥିବା ମୁନିଶାପ ଖଣ୍ଡନ କରାଇ ,ହନୁମାନଙ୍କ ବଳ ଓ ସାମର୍ଥ୍ୟ ମନେପକାଇ ଦିଅନ୍ତି ଏବଂ ହନୁମାନ ସମୁଦ୍ର ଲଂଘନ କରନ୍ତି । ବାଟରେ ସଂହିକା ଅସୁରୀକୁ ବଧ କରନ୍ତି ଓ ନାଗମାତାଙ୍କ କବଳରୁ ଶ୍ରୀ ହନୁମାନଙ୍କୁ ତାଙ୍କର ବୀରତ୍ୱ ଓ ବୁଦ୍ଧି ବଳରେ ଲଙ୍କା ଗମନ କରନ୍ତି । ସଂଧ୍ୟା ସମୟରେ ଗୋରୁପଲ ଭିତରେ ପସି ଲଙ୍କା ନଗରରେ ପ୍ରବେଶ କରନ୍ତି । ମାତ୍ର ସେଠାରେ ଲଙ୍କଦେବୀ ତାଙ୍କ ପଥରୋଧ କରିବାରୁ ,ହନୁମାନ ତାଙ୍କୁ ବ୍ରହ୍ମ ଚାପଡ଼ା ମାରନ୍ତି । ଲଙ୍କ ଦେବୀ ରାବଣ ବଧ ସମୟ ଆସିଗଲା ବୋଲି ଜାଣି ରାବଣକୁ ସ୍ୱପ୍ନାଦେଶ କରି ଚାଲିଯାଆନ୍ତି । ଶ୍ରୀ ହନୁମାନ ଏଣେ ତେଣେ ବୁଲି, ଶେଷରେ ଅଶୋକ ବନରେ ସୀତାମାତାଙ୍କ ଠାବ କରନ୍ତି ଓ ଶ୍ରୀରାମଙ୍କ ମୁଦ୍ରିକା ,ମାତା ସୀତାଙ୍କୁ ଦେଇ ସନ୍ତକ ନେଇ ଫେରିବା ପୂର୍ବରୁ ରାବଣକୁ ଉଚିତ ଶିକ୍ଷା ଦେବା ନିମନ୍ତେ ମଧୁବନ ତୋଟାକୁ ଭାଙ୍ଗିରୁଜି ନଷ୍ଟ କରିଦିଅନ୍ତି । ପ୍ରହରୀ ମାନଙ୍କୁ ଦଳି ମକଚି ମାରିଦେବାରୁ ,ରାବଣର ସାନପୁଅ ଅକ୍ଷୟ କୁମାର ଆସି ଯୁଦ୍ଧ କରେ ।

hiring

ମାତ୍ର ସେ ହନୁମାନଙ୍କ ହାତରେ ନିଧନ ହେବା ପରେ ରାବଣର ବଡ଼ପୁତ୍ର ଇନ୍ଦ୍ରଜିତ ଆସି ନାଗଫାସ ବନ୍ଧରେ ହନୁମାନଙ୍କୁ ବନ୍ଧନକରି ରାବଣ ଦରବାରରେ ଉପସ୍ଥିତ କରାଏ । ରାବଣ ହନୁମାନଙ୍କୁ ଉଚିତ ଦଣ୍ଡ ବିଧାନ କରିବା ନିମନ୍ତେ ତାହାଙ୍କ ଲାଙ୍ଗୁଡ଼ରେ ଲମ୍ୱ କନା ଗୁଡ଼ାଇ ତୈଳ ପକାଇ ଅଗ୍ନି ସଂଯୋଗ କରେ ,ଏଥୁଅନ୍ତେ ହନୁମାନ ଲଂକାର ଘରକୁ ଘର ଡେଇଁ ସମଗ୍ର ଲଙ୍କାପୁରିକୁ ଧ୍ୱଂସ କରି ଫେରି ଆସିଲେ । ରାମଚନ୍ଦ୍ର ଆପଣାର ସେନା ସହ ସମୁଦ୍ର ତଟକୁ ଯାଇ ସେତୁବନ୍ଧ ବାନ୍ଧନକରି ଲଂକା ଗମନ କରନ୍ତି ।

ଏ ସମୟରେ ରାବଣର ଦ୍ୱାରା ତିରସ୍କୃତ ହୋଇ ବିଭିଷଣ ଶ୍ରୀରାମ ଚନ୍ଦ୍ରଙ୍କ ଶରଣାପର୍ଣ୍ଣ ହୁଅନ୍ତି । ରାମଚନ୍ଦ୍ର ସମୁଦ୍ର ଲଙ୍ଘି ସୁବଳୟା ପର୍ବତରେ ଅବସ୍ଥାନ କରିଥିବା ବେଳେ ରାବଣ ପୁଷ୍ପକ ଯାନରେ ବସି ସେନାର ଗଣନା କରୁଥିବା ବେଳେ ଶ୍ରୀରାମଚନ୍ଦ୍ର ରାବଣ ପୁଷ୍ପକ ବିମାନର ଛତ୍ର ଛେଦନ କରି ଉଚିତ ଶିକ୍ଷା ଦିଅନ୍ତି । ଏହି ନୀଳାଭିନୟଟି ମହାବୀର କ୍ଷେତ୍ରର ଗଣେଶବଜାର ଠାରେ ,ଅତ୍ୟନ୍ତ ମାର୍ମୀକ ଓ ଜୀବନ୍ତ ଭାବରେ ଅଭିନୀତ ହୋଇଥାଏ ।

hiranchal ad1
Leave A Reply

Your email address will not be published.

twenty − 6 =