ନୟାଗଡ଼ ଜିଲ୍ଲାରେ ପ୍ରହସନ ପାଲଟିଛି କନ୍ୟାଭୃଣ ହତ୍ୟା ଓ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ

0 147

ଦଶପଲ୍ଲା : କନ୍ୟାଭୃଣହତ୍ୟା ହେଉ କି ବାଲ୍ୟବିବାହ ହେଉ , ଏହି ଦୁଇଟି କାର୍ଯ୍ୟରେ ନୟାଗଡ଼ ଜିଲ୍ଲା ଓଡିଶାରେ ପ୍ରଥମସ୍ଥାନ ଅଧିକାର କରିଛି । ନୟାଗଡ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଓ ଗ୍ରାମ ପଞ୍ଚାୟତରେ ନୟାଗଡ ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବାଲ୍ୟ ବିବାହ ରୋକିବା ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି । ଏହି ସଚେତନତା କାର୍ଯ୍ୟକ୍ରମରେ ବହୁ ପଦାଧିକାରୀ ଯୋଗଦେଇ ବାଲ୍ୟବିବାହ କିପରି ରୋକାଯାଇ ପାରିବ ସେ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ଝିଅ ମାନଙ୍କୁ ବିବାହ ବୟସ ହେବା ପୂର୍ବରୁ ସଚେତନତା ଅଭାବରୁ ପିତା, ମାତା ଝିଅ ବିବାହ କରାଇ ଦେବା ଦ୍ୱାରା କିପରି ବୈବାହିକ ଜୀବନ ଉପରେ କୁପ୍ରଭାବ ପଡିଥାଏ ସେ ଉପରେ ଆଲୋଚନା କରିବା ସହ ଝିଅମାନଙ୍କ ଉନ୍ନତିରେ ରାଜ୍ୟ ତଥା ଦେଶର ଉନ୍ନତି ବୋଲି ଆଲୋଚନା କରାଯାଉଛି ଏବଂ ତଳସ୍ତରର କର୍ମଚାରୀ ମାନଙ୍କୁ ଏହାଇ ଦାଇତ୍ୱ ମଧ୍ୟ ଦିଆଯାଉଛି । ବାଲ୍ୟ ବିବାହ ରୋକିବା ଉପରେ ଏକ କମିଟି ମଧ୍ୟ ଗଠନ ହେଉଛି । ହେଲେ ଫଳଘର ଶୁନ୍‌ । ବାବୁ ମାନେ ଟିଏ ଡିଏ ଓ ତେଲଖର୍ଚ୍ଚ ବାବଦକୁ ଅର୍ଥଶ୍ରାଦ୍ଧ କରିସାରିଲା ପରେ ,ତଳସ୍ତରର କର୍ମଚାରୀ ଓ ଜନ ପ୍ରତିନିଧଙ୍କୁ ଦାଇତ୍ୱ ଦେଇ କାମ ସାରିଦେଉଛନ୍ତି । ଯଦି କୌଣସି ସାମାଜିକ କର୍ମୀ ବାଲ୍ୟବିବାହ ରୋକିବାପାଇଁ ତଳସ୍ତରର କର୍ମଚାରୀଙ୍କୁ କୁହେ କିମ୍ବା ଫୋନ୍‌ ନଂ ମାଗେ ତେବେ ଉତ୍ତର ଆସେ ଯେ , ଆମକୁ ସେ ଅଡୁଆରେ ପକାଅନାହିଁ କି ହଇରାଣ କରନାହିଁ । ତେବେ ନୟାଗଡ଼ ଜିଲ୍ଲାରେ କିଭଳି ଚାଲିଛି କନ୍ୟା ଭୃଣହତ୍ୟା ଓ ବାଲ୍ୟବିବାହ ସଚେତନତା କାର୍ଯ୍ୟକ୍ରମ ଏଥିରୁ ଷ୍ପଷ୍ଟ ଅନୁମେୟ ।

hiranchal ad1
Leave A Reply

Your email address will not be published.

3 × four =