ନୂଆଦିଲ୍ଲୀ : ନ୍ୟାୟପାଳିକା ଇତିହାସରେ ଆଜି ଦିନଟି ଏକ ଐତିହାସିକ ଦିବସଭାବେ ଲିପିବଦ୍ଧ ହୋଇଛି । ସୁପ୍ରିମକୋର୍ଟ ଇତିହାସରେ ଯୋଡ଼ି ହୋଇଛି ଏକ ଗୌରବମୟ ଫର୍ଦ୍ଦ । ଆଜିଠାରୁ ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି ଶୁଣାଣିର ସିଧାପ୍ରସାରଣ ବା ଲାଇଭ ଷ୍ଟ୍ରିମିଙ୍ଗ । ପ୍ରଥମଥର ପାଇଁ ସୁପ୍ରିମକୋର୍ଟର ସିଧାପ୍ରସାଣର ଦେଖିଛନ୍ତି ସାଧାରଣ ଲୋକ । ଆଜିଠାରୁ ସାମ୍ବିଧାନିକ ବେଞ୍ଚରେ ଚାଲିଥିବା ମାମଲାର ସିଧାପ୍ରସାରଣକୁ ବିଧିବଦଦ୍ଧ ଭାବେ ଆରମ୍ଭ କାଯାଇଛି । ଆଜି ଲୋକମାନେ ଏହାର ସାଧାରଣ ପ୍ରସାରଣ ୟୁଟ୍ୟୁବରେ ଦେଖିବାକୁ ସକ୍ଷମ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ଟି ସାମ୍ବିଧାନିକ ବେଞ୍ଚରେ ଚାଲିଥିବା ଶୁଣାଣିର ସିଧାପ୍ରସାରଣ ହୋଇଛି । କୋର୍ଟ ନଂ୧ରେ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ବେଞ୍ଚ ଆର୍ଥିକ ପଛୁଆ ବର୍ଗ ପାଇଁ ଥିବା ସଂରକ୍ଷଣ ବ୍ୟବସ୍ଥାର ଶୁଣାଣି କରିଛନ୍ତି । ଆବେଦନ ଜରିଆରେ ସମ୍ବିଧାନର ୧୦୩ତମ ସଂଶୋଧନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରାଯାଇଛି । ଦ୍ୱିତୀୟ ସାମ୍ବିଧାନିକ ଖଣ୍ଡପୀଠର ନେତୃତ୍ୱ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ନେଉଛନ୍ତି । ଏହି ବେଞ୍ଚରେ ଉଦ୍ଧବ ଠାକରେ ବନାମ ଏକନାଥ ସିନ୍ଦେଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଲଢେଇର ଶୁଶାଣି ହେଉଛି । ତୃତୀୟ ସାମ୍ବାଧାନିକ ବେଞ୍ଚରେ ଜଷ୍ଟିସ ଏସ୍କେ କୌଲ ସର୍ବଭାରତୀୟ ଆଇନଜୀବୀ ପରୀକ୍ଷାର ବୈଧତା ସହ ଜଡିତ ଆବେଦନରୁ ଶୁଣାଣି କରୁଛନ୍ତି । ୟୁଟ୍ୟୁବରେ ଏହି ଖଣ୍ଡପୀଠରେ ଚାଲିଥିବା ଶୁଣାଣିର ସିଧାପ୍ରସାଣ ହେଉଛି । ସୋମବାର ସୁପ୍ରିମକୋର୍ଟ କହିଥିଲେ ଯେ ଶୁଣାଣିର ସିଧାପ୍ରସାଣ କରିବା ପାଇଁ ଅଦାଲତ ନିଜସ୍ୱ ବ୍ୟବସ୍ଥା କରିବେ । ଗୋଟିଏ ନିର୍ଦ୍ଦିଷ୍ଟ ପ୍ଲାଟଫର୍ମରେ ମାମଲା ଗୁଡିକର ଶୁଣାଣି ଲୋକମାନେ ଦେଖିପାରିବେ । ୟୁଟ୍ୟୁବରେ ସିଧାପ୍ରସାରଣ ଏକ ଅସ୍ଥାୟୀ ବ୍ୟବସ୍ଥା । ନ୍ୟାଶନାଲ ଇନଫର୍ମମେଟିକ ସେଣ୍ଟର ଏହି ବ୍ୟବସ୍ଥାର ପରିଚାଳନା କରୁଛି । ରବିବାର ଓ ସୋମବାର ସିଧାପ୍ରସାରଣ ବ୍ୟବସ୍ଥାର ଟେଷ୍ଟିଂ କରାଯାଇଥିଲା । ମଙ୍ଗଳବାର ବିଧିବଦ୍ଧ ଭାବେ ଶୁଶାଣିର ସିଧାପ୍ରସାରଣ ଆରମ୍ଭ କରାଯାଇଛି । ନିକଟରେ ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଅଧ୍ୟକ୍ଷତାରେ ପୂର୍ଣ୍ଣ କୋର୍ଟ ବୈଠକ ବସିଥିଲା । ଏହି ବୈଠକରେ ମାମଲାଗୁଡିକର ଶୁଣାଣି ସିଧାପ୍ରସାରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଶେଷରେ ସର୍ବସମ୍ମତିକ୍ରମେ ସମସ୍ତ ସାମ୍ବିଧାନିକ ବେଞ୍ଚରେ ହେବାକୁ ଥିବା ଶୁଣାଣିର ସିଧାପ୍ରସାରଣ କରିବାକୁ ନିଷ୍ପତ୍ତି ହୋଇଛି । ଏହାପୂର୍ବରୁ ୨୦୧୮ରେ ଏ ସଂକ୍ରାନ୍ତରେ ଗୋଟିଏ ଐତିହାସିକ ରାୟ ମଧ୍ୟ ସୁପ୍ରିମକୋର୍ଟ ଦେଇଥିଲେ । ସୂତ୍ର ଅନୁସାରେ, ପ୍ରଥାମିକ ପର୍ଯ୍ୟାୟରେ ମାମଲା ଶୁଣାଣିର ସିଧାପ୍ରସାରଣ ୟୁଟ୍ୟୁବରେ ହେବ ଓ ପରବର୍ତ୍ତୀ ଅବସ୍ଥାରେ ଏହାକୁ ନିଜ ସର୍ଭରରେ ଛଡାଯିବ । ଲୋକମାନେ ସୁପ୍ରିମକୋର୍ଟର ଶୁଣାଣି ସମ୍ପର୍କରେ ନିଜର ମୋବାଇଲ ଓ କମ୍ପ୍ୟୁଟରରେ ବିନା କୌଣସି ସମସ୍ୟାର ସମ୍ମୁଖୀନ ହୋଇ ଦେଖିପାରିବେ । ଏହାପୂର୍ବରୁ ଅଗଷ୍ଟ ୨୬ରେ ସୁପ୍ରିମକୋର୍ଟର ଶୁଣାଣି ପରୀକ୍ଷାମୂଳକ ଭାବେ ସିଧାପ୍ରସାରଣ କରାଯାଇଥିଲା । ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଅବସର ନେବା ଦିନ ହିଁ ତାଙ୍କ ସମ୍ମାନାର୍ଥେ ଶୁଣାଣିର ସିଧାପ୍ରସାଣର କରାଯାଇଥିଲା । ଆଜିଠୁ ଶୁଣାଣିର ସିଧା ପ୍ରସାରଣ ଆରମ୍ଭ ହୋଇତିବାରୁ,ଏହାକୁ ନେଇ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି ।