ପୁରୀ: ସମାଜରେ ହିତ, ଏକ ଶୃଙ୍ଖଳିତ ସମାଜ ଓ ସଂସ୍କୃତିମୟ ପରିବାର ପାଇଁ,ସାହିତ୍ୟ ସ୍ୱର ଉଠାଇବା ଆଜିର ଆବଶ୍ୟକତା ବୋଲି କହିଛନ୍ତି ବିଶିଷ୍ଟ ଗୀତିକାର, ପ୍ରାବନ୍ଧିକ, ଗାଳ୍ପିକ ତଥା ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟିର ମିଳିତ ସହଯୋଗରେ ପବିତ୍ର ଶରଧାବାଲିରେ ୨୮ତମ ପୁସ୍ତକ ମେଳାକୁ ଉଦଘାଟନ କରିବା ଅବସରରେ ଶ୍ରୀଦାସ,ଏକ ଶୃଙ୍ଖଳିତ ଓ ବିକଶିତ ଭାରତବର୍ଷ ପାଇଁ ସାହିତ୍ୟ, ସାଧାରଣ ମଣିଷ ର କଥା କହୁ ବୋଲି ଆହ୍ୱାନ ଦେଇଥିଲେ । ମେଳା କମିଟି ଅଧ୍ୟକ୍ଷ ଭାଷାବିତ୍ ଡଃ କୈଳାଶ ଚନ୍ଦ୍ର ଟିକାୟତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟବକ୍ତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଅତିଥି ଭାବେ ଯୋଗଦେଇ ଏକ ଧର୍ମିୟ ଜାଗରଣ ପାଇଁ, ଭାଇଚାରା ପାଇଁ ବିଶେଷତଃ ଉତ୍କଳୀୟ ସଂସ୍କୃତି ଓ ଭାଷା-ସାହିତ୍ୟର ସୁରକ୍ଷା ପାଇଁ ସାହିତ୍ୟିକମାନେ କଲମ ଧରନ୍ତୁ ବୋଲି ନିବେଦନ ରଖିଥିଲେ । ସଂପାଦକ ଚକ୍ରଧର ମହାପାତ୍ରଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ସଭାରେ ଶ୍ରୀମହାପାତ୍ର, ପୁରୀର ସାମଗ୍ରୀକ ବିକାଶରେ ପୁସ୍ତକ ମେଳାର ୨୭ବର୍ଷର ଅବଦାନ ସଂପର୍କରେ ସଂପାଦକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । କାର୍ଯ୍ୟକାରୀ ସଭାପତି ଅନାମ ଚନ୍ଦ୍ର ସାହୁ ବହିମେଳାର ସଫଳତା ସଂପର୍କରେ ଅଭିଭାଷଣ ଦେଇଥିବା ବେଳେ, ମିଡ଼ିଆ ସଂପାଦକ ବଦ୍ରି ମିଶ୍ରଙ୍କ ସଂଯୋଜନାରେ ବହିମେଳାର ସ୍ମରଣିକା ବହିବିଚିତ୍ରା ସମେତ ଔପନ୍ୟାସିକା ସୁମିତା ବେହେରାଙ୍କ ଉପନ୍ୟାସ ମଧୁମତୀ, ଶ୍ରୀକାନ୍ତ ମହାନ୍ତିଙ୍କ ଅମୃତ ଅନୁଭବ, ସ୍ୱର୍ଣ୍ଣଲତା ମହାରଣାଙ୍କ ଗୀତିକବିତା ସ୍ୱର୍ଣ୍ଣପ୍ରଭା, ଜ୍ୟୋର୍ତିବିଦ୍ ଅନାମ ସାହୁଙ୍କ ଜ୍ଞାନବିଜ୍ଞାନ ବାର୍ତ୍ତା ଓ ପ୍ରବନ୍ଧ ବିଚିତ୍ରାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ଜଟାଧାରୀ ମିଶ୍ର, ରାଜକିଶୋର ମିଶ୍ର ଓ ସଂଗଠନ ସଂପାଦକ ପ୍ରସନ୍ନ କୁମାର ମିଶ୍ର ମଞ୍ଚାସୀନ ଥିବା ବେଳେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ବୀରେନ୍ଦ୍ର ମହାନ୍ତି,ବିପିନ୍ ଦଳାଇ,ସୁକାନ୍ତ ପଣ୍ଡା, ସ୍ୱାଧୀନ ପଣ୍ଡା, ଶ୍ରୀକାନ୍ତ ମହାନ୍ତି, ସୁନୀଲ ରଥ, ଗୀତାଞ୍ଜଳୀ ପଣ୍ଡା, ଭବାନୀ ବଳିୟାରସିଂହ । ପ୍ରାରମ୍ଭରେ ଓଡ଼ିଶା ସଂଗୀତ ପରିଷଦ ପକ୍ଷରୁ ସରସ୍ୱତୀ ବନ୍ଦନା ପରିବେଷଣ କରିଥିଲେ । ଏହି ମେଳାରେ ଚଳିତବର୍ଷ ୬୨ଜଣ ପ୍ରକାଶନ ସଂସ୍ଥା ସହ ୧୫୦ଟି ଷ୍ଟଲ ହୋଇଛି । ପୁରୀ ଜିଲ୍ଲାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ପୁରୀର ସାହିତ୍ୟପ୍ରେମୀ ଜନସାଧାରଣ, ଏଗାର ଦିନ ବ୍ୟାପି ଚାଲୁଥିବା ଏହି ମେଳାରେ ଯୋଗଦେବାକୁ ସଂପାଦକ ଚକ୍ରଧର ମହାପାତ୍ର ଓ ମିଡ଼ିଆ ସଂପାଦକ ବଦ୍ରି ମିଶ୍ର ନିବେଦନ କରିଛନ୍ତି ।