ବୌଦ୍ଧ ସହରରେ ବଢୁଛି ସ୍ଥାନୀୟ ସଂକ୍ରମଣ, ପୁଣି ୪ ପଜିଟିଭ ଚିହ୍ନଟ

0 3,060

ବୌଦ୍ଧ,୧୮/୭ – ଗତ ସପ୍ତାହ ମଧ୍ୟରେ ବୌଦ୍ଧ ସହରରେ ସ୍ଥାନୀୟ ସଂକ୍ରମଣ ହୋଇ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାଧାରଣ ଜନତା ଆତଙ୍କିତ ହୋଇ ପଡିଥିବାବେଳେ ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ବୌଦ୍ଧ ସହରର ୪ ଜଣ ହୋଇଥିବା ବେଳେ ଅନ୍ୟ ଜଣେ ଆଠମଲିକ ବ୍ଲକ କିଆକଟା ଗ୍ରାମ ପଂଚାୟତର କୁମ୍ଭିଆ ଗ୍ରାମର । ସେ ତେଲିବନ୍ଧ ନିକଟରେ ମହାନଦୀ କୂଳରେ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପରେ କାମ କରୁଥିଲେ । ସେହିପରି ଆଜି ବୌଦ୍ଧସହର ବ୍ରାହ୍ମଣସାହି ଅଂଚଳରୁ ଦୁଇ ଚିହ୍ନଟ ହୋଇଛି । ସେଥିପାଇଁ ଗତକାଲି ଜିଲ୍ଲାପାଳ ପୋଡାପଡା ଓ ବ୍ରାହ୍ମଣସାହି ଅଂଚଳକୁ ନୂତନ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି । ସେହିପରି ବୁଟୁପାଲି ଓ ନୂଆସାହି ଅଂଚଳର କଣ୍ଟେନମେଣ୍ଟ ଅବଧି ୨୦ ତାରିଖ ସକାଳ ୭ ଘଣ୍ଟା ଯାଏଁ ବୃଦ୍ଧି କରିଛନ୍ତି । କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କୁ ସେମାନଙ୍କ ଘରୁ ଉଦ୍ଧାର କରି ବୌଦ୍ଧ କୋଭିଡ ହେଲଥ ସେଣ୍ଟରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

hiranchal ad1
Leave A Reply

Your email address will not be published.

2 × two =