ଏଲ୍‌ପିଜି ଅପେକ୍ଷାରେ ହୃଦ୍‌ଘାତ !, ବୃଦ୍ଧ ମୃତ

0 127

ଚଣ୍ଡିଗଡ଼: ଇରାନ ଯୁଦ୍ଧକୁ ନେଇ ରନ୍ଧନ ଗ୍ୟାସ୍‌ ଯୋଗାଣ ବାଧାପ୍ରାପ୍ତ ହୋଇଥିବାବେଳେ ଦେଶର ବିଭିନ୍ନ ଭାଗରେ ଏଲ୍‌ପିଜି ପାଇବା ପାଇଁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଶୁକ୍ରବାର ସକାଳେ ପଞ୍ଜାବର ବର୍ନାଲା ଜିଲା ଅନ୍ତର୍ଗତ ସେହନାଠାରେ ଘରୋଇ ଏଲ୍‌ପିଜି ସିଲିଣ୍ଡର ପାଇଁ ଧାଡ଼ିରେ ଅପେକ୍ଷାରତ ଜଣେ ୬୬ ବର୍ଷୀୟ ବୃଦ୍ଧଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ସେହନା ଗ୍ରାମର ଭୂଷଣ କୁମାର ମିତ୍ତଲ। ସେ ଗତ ୨/୩ ଦିନ ହେଲା ସିଲିଣ୍ଡର ପାଇବାକୁ ଉଦ୍ୟମ କରିଆସୁଥିଲେ। ଶୁକ୍ରବାର ସକାଳ ୭ଟାରୁ ସେ ଧାଡ଼ିରେ ଛିଡ଼ା ହୋଇଥିବାବେଳେ ସିଲିଣ୍ଡର ପାଇଁ ତାଙ୍କୁ ୨୫ ନମ୍ବର ଟୋକନ୍‌ ମିଳିଥିଲା। ୨ ଘଣ୍ଟାର ଅପେକ୍ଷା ପରେ ମିତ୍ତଲ କ୍ଳାନ୍ତ ହୋଇ ଏକ ସିଲିଣ୍ଡର ଉପରେ ବସିବାକୁ ଯାଉଥିବାବେଳେ ଚେତାଶୂନ୍ୟ ହୋଇପଡ଼ିଥିଲେ। ସେଠାରେ ଥିବା ଲୋକେ ତାଙ୍କୁ ତୁରନ୍ତ ପାଖ ହସ୍ପିଟାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

hiranchal ad1
Leave A Reply

Your email address will not be published.

sixteen − 9 =