ଏହି ଅଭିଯୋଗରେ କଙ୍ଗନାଙ୍କ ନାମରେ ଏତଲା

0 40

ନୂଆଦିଲ୍ଲୀ,୧୪।୧୧: କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ପୁସ୍ତକ ଉନ୍ମୋଚନ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି । ଏହା ମଧ୍ୟରେ ଭାଜପା ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ହିମାଚଳ ପ୍ରଦେଶର ଶିମଲାରେ ଏକ ଏଫଆଇଆର ରୁଜୁ ହୋଇଛି । ଗାନ୍ଧୀ ପରିବାରକୁ ନେଇ ସୋସିଆଲ ମିଡିଆରେ କଥିତ ଭାବେ ଉତ୍ତେଜନାମୂଳକ ପୋଷ୍ଟ କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି ।

ଶିମଲା ଏସ୍‌ପି ଗୌରବ ସିଂଙ୍କ ସୂଚନା ଅନୁସାରେ, ଶିମଲାର ବାସିନ୍ଦା କ୍ୟାପଟେନ୍‌ ଅତୁଲ ଶର୍ମାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇଛି । ଏହାର ତଦନ୍ତ କରାଯିବ । ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୯୬, ୩୫୩ ଏବଂ ୩୫୬ ଅନୁସାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଅନୁସାରେ, ନଭେମ୍ବର ୧୦ ତାରିଖରେ କଙ୍ଗନା ନିଜର ଭେରିଫାଏଡ୍‌ ସୋସିଆଲ ମିଡିଆ ଆକାଉଣ୍ଟରୁ ଏଭଳି କିଛି ପୋଷ୍ଟ କରିଥିଲେ, ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ତାଙ୍କ ପୁଅ ସଞ୍ଜୟ ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନାମୂଳକ ମନ୍ତବ୍ୟ ଥିବା ଅଭିଯୋଗ ହୋଇଛି।

hiring

ଅଭିଯୋଗକାରୀଙ୍କ କହିବା ଅନୁସାରେ, ଉକ୍ତ ପୋଷ୍ଟଗୁଡ଼ିକରେ ସୋନିଆ ଗାନ୍ଧୀଙ୍କୁ ଜଣେ ‘ରହସ୍ୟମୟ ବିଦେଶୀ ନାଗରିକ’ ଭାବେ ଚିତ୍ରଣ କରାଯାଇଥିଲା। ଏଥିସହ ବିଦେଶର ଏକ କାଫେରେ ଥିବା ସମୟରେ ତାଙ୍କ ସମ୍ପର୍କୀୟମାନଙ୍କୁ ଜଣକ ପରେ ଜଣେ ହତ୍ୟା କରାଯାଇଥିବା ଭଳି ଦାବି ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।ସେହିପରି ସଞ୍ଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ମେନକା ଗାନ୍ଧୀଙ୍କୁ ହଠାତ୍‌ ପରିବାରର ବାସଭବନରୁ ବାହାର କରିଦିଆଯାଇଥିବା ନେଇ ମଧ୍ୟ ପୋଷ୍ଟରେ ଉଲ୍ଲେଖ ଥିବା ଅତୁଲ ଶର୍ମା ଅଭିଯୋଗ କରିଛନ୍ତି।

ଏହି ପୋଷ୍ଟଗୁଡ଼ିକ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଶତ୍ରୁତା ଓ ଅସନ୍ତୋଷ ସୃଷ୍ଟି ହେବା ସହ ସାର୍ବଜନୀନ ଶାନ୍ତି ଭଙ୍ଗ ହେବାର ଆଶଙ୍କା ରହିଥିବା ଅଭିଯୋଗକାରୀ ଦର୍ଶାଇଛନ୍ତି । ଏଥିସହ ଭୟ ଓ ଆତଙ୍କ ସୃଷ୍ଟି କରିବା ଉଦ୍ଦେଶ୍ୟରେ ମିଥ୍ୟା ସୂଚନା ପ୍ରସାର କରାଯାଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ଏହା ପୂର୍ବରୁ ଅତୁଲ ଶର୍ମା ପୋଲିସ ମହାନିର୍ଦ୍ଦେଶକଙ୍କୁ ଇମେଲ୍‌ ଯୋଗେ ଅଭିଯୋଗ ପଠାଇ କଙ୍ଗନାଙ୍କ ବିରୋଧରେ ତୁରନ୍ତ FIR ରୁଜୁ କରିବା ସହ ସାଇବର ଫରେନ୍ସିକ୍‌ ଯାଞ୍ଚ କରିବାକୁ ଦାବି କରିଥିଲେ । ଏବେ ଏହି ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିବ ।

hiranchal ad1
Leave A Reply

Your email address will not be published.

five × five =