୫୨ଟି ଜୀବନ୍ତ କଇଛ ଜବତ, ୨ଜଣ ଅଭିଯୁକ୍ତ ଗିରଫ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଉମରକୋଟ ବନବିଭାଗ ତରଫରୁ ୫୨ଟି କଇଛ ଜବତ ହୋଇଛି ଓ ଦୁଇ ଜଣ ଗିରଫ ହୋଇଛନ୍ତି ।ଉମରକୋଟ ବାନାଞ୍ଚଳ ଅଧିକାରୀଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ବନବିଭାଗ ପକ୍ଷରୁ ଦୁଇ କଇଛ ବେପାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ।
Read More...

ବଢିଲା ରେପୋ ରେଟ

ମୁମ୍ବାଇ: ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ରୋକିବା ଲାଗି ବୁଧବାର ଭାରତର ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୪.୯୦%କୁ ବଢ଼ାଇଥିବା କଥା ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ‘ମିନିଟାରି ପଲିସି କମିଟି’ର ୩ ଦିନିଆ ବୈଠକ ପରେ
Read More...

ମହାନଦୀରେ ଫସି ରହିଛନ୍ତି ୨ ହାତୀ

କଟକ: ମହାନଦୀରେ ଫସି ରହିଛନ୍ତି ୨ ହାତୀ। ଗତକାଲି ବିଳମ୍ବିତ ରାତ୍ରୀରେ ଆଠଗଡ ବନଖଣ୍ଡ ପଟରୁ ମହାନଦୀ ପାରି ହୋଇ ଭାଗୀପୁର ନିକଟରେ ଦୁଇ ହାତୀ (ଗୋଟିଏ ଦନ୍ତା ସହ) ଡମପଡା ଚନ୍ଦକା ଅଭୟାରଣ୍ୟକୁ ଆସୁଥିଲେ। ସକାଳ ହୋଇଯିବାରୁ ଆଉ ଯାଇ ନପାରି ଵାଙ୍କୀ କଟକ ମୁଖ୍ୟ ରାସ୍ତା ସନ୍ନିକଟ ଭାଗୀପୁର
Read More...

ମଦକୁ ବିରୋଧ, ତାତିଲେ ମହିଳା

ଦଶପଲ୍ଲା : ନୟାଗଡ ଜିଲ୍ଲାର ଗ୍ରାମାଞ୍ଚଳରେ ବହୁଛି ମଦର ବନ୍ୟା, ଗାଁ ଗାଁରେ ଚୋରା ଦେଶୀ ଓ ବିଦେଶୀ ମଦବେପାର, ମଦୁଆଙ୍କ ସଂଖ୍ୟା ସହିତ ସେମାନଙ୍କର ଉପଦ୍ରବ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି । ଗାଁର ଛୋଟଛୋଟ ପିଲାମାନେ ମଧ୍ୟ ଘରୁ ଟଂକା ଚୋରିକରି ମଦ୍ୟପାନ କରୁଥିବା ଦେଖିବାକୁ ମିଳୁଛି ।
Read More...

ରାଜ୍ୟ ସ୍ତରୀୟ ସାରସ୍ୱତ ସମାରୋହ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଫକୀରମୋହନ ପଠନଶାଳା, ଉମରକୋଟ ଓ ବନ ସୁରଭି ପ୍ରକାଶନ, ଧୋଡ୍ରା ଆନୁକୂଲ୍ୟରେ ସାରସ୍ୱତ ସମାରୋହ ସହିଦ ଲକ୍ଷ୍ମଣ ନାୟକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବଲ୍ଲଭ କୁମାର ରାଉତଙ୍କ ତତ୍ତ୍ୱାବଧାନରେ
Read More...

ସମ୍ବଲପୁର ନଗର ନିଗମ ଅଞ୍ଚଳରେ ପାଣି ପାଇଁ ହାହାକାର

ସମ୍ବଲପୁର : ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଓ ନଗର ଉପକଣ୍ଠ ଅଞ୍ଚଳ ସ୍ଥିତ ଶଙ୍କର୍ମା ଗାଁରେ ପିଇବା ପାଣି ସମସ୍ୟାକୁ ନେଇ ଗୁହାରି କରିବା ପାଇଁ ସେଠାକାର ମହିଳାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆଜି ଆସିଥିଲେ । ଜିଲ୍ଲାପାଳ ସେତେବେଳେ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ନ ଥିବାରୁ
Read More...

ଡ଼ଃ ନୃସିଂହାନନ୍ଦ ମହାପାତ୍ର ପାଇଲେ ମଦର ଟେରେସା ସମ୍ମାନ

ଫୁଲବାଣୀ: ସମାଜ ସେବା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଡ଼ଃ ନୃସିହାନନ୍ଦ ମହାପାତ୍ରଙ୍କୁ ମହାରାଷ୍ଟ୍ରର ସମତା ସାହିତ୍ୟ ଏକାଡେମୀ ତରଫରୁ ମର୍ଯ୍ୟାଦାଜନକ ଜାତୀୟ ମଦର ଟେରେସା ସେବା ସମ୍ମାନ ପ୍ରଦାନ କରାଯାଇଛି । ମୁମ୍ବାଇର ଆମ୍ବେଦକର ରୋଡ଼ ସ୍ଥିତ ଦାମୋଦର ନାଟ୍ୟ ହଲରେ
Read More...

ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ

ପାଟଣାଗଡ଼ : ଭିନ୍ନକ୍ଷମ ସାଜିଲେ ଭିନ୍ନକ୍ଷମଙ୍କ ଦରଦୀ ବନ୍ଧୁ । ଏହା କୌଣସି ନାଟକର ଡାଇଇଗ୍‌ ନୁହେଁ, ତାହା ସତ୍ୟ ଘଟଣା । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଆମ ପାଟଣାଗଡ଼ ସହର କଚେରି କୋର୍ଟ ପରିସରରେ । ସତରେ ଭଗବାନ କାହାକୁ କେଉଁ ବୁଦ୍ଧି ବିବେକ ଦେଇଛନ୍ତି ତାହା ଜାଣିବା ମୁସ୍କିଲ ।
Read More...

ଶ୍ରମିକ ବଦଳରେ ମେସିନ୍‌ କରୁଛି କାମ, ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା

ବାଲିଗୁଡ଼ା: ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଗ୍ରାମାଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉଛି । ମନରେଗା ଯୋଜନାରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ବିଭାଗ ଦ୍ୱାରା ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ସରକାରୀ ନିୟମାନୁଯାୟୀ ଏଠି ଶ୍ରମିକ କାମ କରିବା କଥା କିନ୍ତୁ
Read More...

ଆଜି ଘୋଷଣା ହୋଇପାରେ ନୂଆ ସିଡିଏସଙ୍କ ନାମ

ନୂଆଦିଲ୍ଲୀ : ଆସନ୍ତାକାଲି ଘୋଷଣା ହୋଇପାରେ ଦେଶର ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ (ସିଡିଏସ)ଙ୍କ ନାମ । ଏନେଇ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଉଛି ଯେ କେନ୍ଦ୍ର ସରକାର ସିଡିଏସ ନିଯୁକ୍ତି ପ୍ରକ୍ରିୟାରେ କେତେକ ପରିବର୍ତ୍ତନ ଆଣିଛନ୍ତି । ନିୟମକୁ କୋହଳ
Read More...