ସାମ୍ବାଦିକଙ୍କୁ ସ୍ୱତନ୍ତ୍ର ଭାବେ ଦ୍ୱିତୀୟ ଡୋଜ କୋଭିଡ ଟୀକା ପ୍ରଦାନ

ଗଜପତି,୧୪/୮- ଜିଲ୍ଲା ପ୍ରଶାସନ ତରଫରୁ ସାମ୍ବାଦିକ ମାନଙ୍କୁ ସ୍ୱତନ୍ତ୍ରଭାବେ ଦ୍ୱିତୀୟ ଡୋଜ କୋଭିଡ ଟୀକା ପ୍ରଦାନ କରାଯାଇଛି । ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା ଠାରେ ଥିବା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ କୋଭିଡ ଟୀକା
Read More...

ଟ୍ରକ ଅପହରଣ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ : ୨ଜଣ ଗିରଫ ଓ ଜଣେ ଫେରାର

ସମ୍ବଲପୁର,୧୪/୮- ପ୍ରାୟ ସପ୍ତାହେ ପୂର୍ବେ ଜମନକିରା ଥାନା ଅନ୍ତର୍ଗତ ଷଣ୍ଢପଥରଠାରୁ ଲୁହାପଥର ବୋଝେଇ ଏକ ଟ୍ରକକୁ ବଳପୂର୍ବକ ସମ୍ବଲପୁର ଅଣାଯାଇଥିଲା । ଟ୍ରକ ଚାଳକ ଓମ ପ୍ରକାଶ ଜଲାନ ଏବିଷୟରେ ଜମନକିରା ଥାନାରେ ଅଭିଯୋଗ କରିଥିଲେ । ଆଜି ଏବିଷୟରେ ପୁଲିସ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କ
Read More...

ଭିମସାରରେ ବିଦ୍ୟୁତ ବିଭ୍ରାଟ: ମୋବାଇଲ ଲାଇଟରେ ଜରୁରୀ ଅସ୍ତ୍ରୋପଚାର

ସମ୍ବଲପୁର,୧୪/୮- ସମଗ୍ର ପଶ୍ଚିମ ଓଡିଶାର ବଡ ହସ୍ପିଟାଲ ରୂପେ ଜଣା ଏଠାକାର ଭିମସାରରେ ହଠାତ୍‌ ବିଦ୍ୟୁତ ବିଭ୍ରାଟର ଏକ କରୁଣ ପରିଣତି ସ୍ୱରୂପ ରୋଗୀର ପ୍ରାଣରକ୍ଷା ପାଇଁ ଡ଼ାକ୍ତରମାନଙ୍କୁ ମୋବାଇଲ ଫୋନ ଆଲୁଅରେ ଅସ୍ତ୍ରୋପଚାର କରିବାକୁ ପଡିଲା । ପୂର୍ବ ନିୟୋଜିତ କାର୍ଯ୍ୟକ୍ରମ ଅନୁସାରେ ଜଣେ
Read More...

ରାଇକିଆ ବ୍ଲକ ମହିଳା ବିଜୁ ଜନତା ଦଳର ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି

ଫୁଲବାଣୀ,୧୪/୮- କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀର ରାଇକିଆ ବ୍ଲକ ଏବଂ ଉଦୟଗିରି ଏନଏସି ଠାରେ କନ୍ଧମାଳ ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁରଙ୍କ ନେତୃତ୍ୱରେ ବିଜୁ ମହିଳା ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ଦୁଇ ବୈଠକକୁ ରାଇକିଆ ବ୍ଲକ ସଭାନେତ୍ରୀ
Read More...

ୱାଲଟିୟର ରେଳବାଇ ଡିଭିଜନ୍ ଡିଆରଏମଙ୍କ ରାୟଗଡ ଗସ୍ତ: ରାୟଗଡ ରେଳ ଷ୍ଟେସନର ଆନୁସାଙ୍ଗିକ ବ୍ୟବସ୍ଥାର କଲେ ଅନୁଧ୍ୟାନ

ରାୟଗଡ: ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍ ଡିଆରଏମ୍ ଅନୁପ କୁମାର ଶତପଥି ରାୟଗଡ ଗସ୍ତ କରିଛନ୍ତି । ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ଡିଆରଏମ ଶ୍ରୀ ଶତପଥି ବିଶାଖାପାଟଣାମ-ଜୟପୁର-ରାୟଗଡ ରେଳ ସେକ୍ସନ ମଧ୍ୟରେ ଚାଲିଥିବା ବିଭିନ୍ନ ରେଳ ପ୍ରକଳ୍ପ, ମରାମତି,ରେଳ ଷ୍ଟେସନରେ ଆନୁସାଙ୍ଗିକ ବ୍ୟବସ୍ଥା
Read More...

ଜଗତସିଂହପୁରରେ ୨୧୫ କୋଟି ଟଙ୍କା ପ୍ରକଳ୍ପ ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଭୁବନେଶ୍ୱର,୧୩/୮- ଜଗତସିଂହପୁର ହେଉଛି ଓଡିଶାର ବିକାଶର ମୁଖ୍ୟ ଦ୍ୱାର । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ୨୧୫ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଜଗତସିଂହପୁର
Read More...