କିଡ୍‌ନୀ ସ୍ୱାସ୍ଥ୍ୟ ସଂକ୍ରାନ୍ତ ସଚେତନତା ପାଇଁ ଆପୋଲୋ ହସ୍ପିଟାଲ୍‌ ପକ୍ଷରୁ ଯୋଗ ଅଧିବେଶନ ଓ ଡାଏଟ୍‌ ପ୍ରଦର୍ଶନୀ ଆୟୋଜିତ

0 95

ଭୁବନେଶ୍ୱର, ୧୦/୦୩: କିଡନୀ ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ସଚେତନତା ନିମନ୍ତେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ଠାରେ ଗୁରୁବାର ଦିନ ଡାକ୍ତରଖାନା ପରିସରରେ ଏକ ଯୋଗ ଅଧିବେଶନଓ ଡାଏଟ୍‌ ପ୍ରଦର୍ଶନୀ ଓ ଏସପ୍ଲାନେଡ ଠାରେ ଏକ ଡାଏଟ୍‌ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ ନାଗରିକଙ୍କ ପାଇଁ ଡାକ୍ତରଖାନା ପରିସରରେ ମଧ୍ୟ ଏକ ସ୍ୱାସ୍ଥ୍ୟ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଓ କିଡନୀ ରୋଗ ଏବଂ ଏହାର ଯତ୍ନ ବିଷୟରେ ସେମାନଙ୍କୁ ଶିକ୍ଷା ଦିଆଯାଇଥିଲା । ଯୋଗ ଏବଂ ସଚେତନତା କାର୍ଯ୍ୟକ୍ରମରେ ପ୍ରାୟ ୧୫୦ ଲୋକ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆପୋଲୋ ହସ୍ପିଟାଲର ମୁଖ୍ୟ ପରିଚାଳକ ଡାକ୍ତର ଆଲୋକ ଶ୍ରୀବାସ୍ତବ, ଆପୋଲୋ ହସ୍ପିଟାଲ୍‌ ଏଟଂରପ୍ରାଇଜ୍‌ ଲିମିଟେଡ୍‌ର ଆଚଂଳିକ ସିଇଓ ଡକ୍ଟର ସୁଧୀର ଏମ୍‌ ଡିଜିଗାର୍‌ , ଆପୋଲୋ ହସ୍ପିଟାଲର ନେଫ୍‌ରୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ନିସିଥ କୁମାର ମହାନ୍ତି, ୟୁରୋଲୋଜି ବିଭାଗର ଡାକ୍ତର ବିଶ୍ୱଜିତ ନନ୍ଦ, ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରର ମୁଖ୍ୟ ଡାଏଟିସିଆନ୍‌ ଡାକ୍ତର ସୁନୀତା ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

ସାଧାରଣ ଜନତାଙ୍କ ମଧ୍ୟରେ କିଡ୍‌ନୀ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ଥିବା ସାଧାରଣ ସଚେତନତାର ଅଭାବକୁ ଦୂର କରିବା ହେଉଛି ଚଳିତ ବର୍ଷର ବିଶ୍ୱ କିଡ୍‌ନୀ ଦିବସର ଉଦ୍ଦେଶ୍ୟ । ଚଳିତ ବର୍ଷ ଅଭିଯାନର ବିଷୟବସ୍ତୁ ହେଉଛି ‘ସମସ୍ତଙ୍କ ପାଇଁ କିଡନୀ ସ୍ୱାସ୍ଥ୍ୟ’ ।
ଆମ ଦେଶରେ କିଡନୀ ରୋଗୀଙ୍କ ସଂଖ୍ୟା ଏବଂ ଏଥିଜନିତ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବିଶ୍ୱ କିଡନୀ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ଅଭିଯାନ ଯାହା କିଡନୀ ରୋଗ ପ୍ରତିଷେଧକ ଉପାୟ ସହିତ ଏହି ରୋଗ ସହ ଲଢ଼ିବା ଉପରେ ଗୁରୁତ୍ୱ ଦେଇଥାଏ ବୋଲି ଆପୋଲୋ ହସ୍ପିଟାଲର ନେଫ୍‌ରୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ନିସିଥ କୁମାର ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, କ୍ରୋନିକ୍‌ କିଡ୍‌ନୀ ଡିଜିଜ୍‌ (ସିକେଡି) ସାଧାରଣ ଏବଂ କ୍ଷତିକାରକ ଅଟେ । ସମଗ୍ର ବିଶ୍ୱରେ ପ୍ରତି ୧୦ ଜଣ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କ ଠାରେ ଏହି ରୋଗ ଅଛି ଏବଂ ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ଏହା ସାଂଘାତିକ ହୋଇପାରେ । ଏହି ହାରରେ ବଜାୟ ରହିଲେ ୨୦୪୦ ବେଳକୁ ସର୍ବାଧିକ ଲୋକ ମୃତ୍ୟୁବରଣ କରୁଥିବା ରୋକ ତାଲିକାରେ କିଡ୍‌ନୀ ରୋଗ ୫ମ ସ୍ଥାନରେ ଥିବ । ତେବେ ଯଦି ଏହି ରୋଗର ଶୀଘ୍ର ଚିହ୍ନଟ, ସଠିକ୍‌ ଯତ୍ନ ଓ ପରିଚାଳନା କରାଯାଏ ତେବେ ଅସୁସ୍ଥତା ଏବଂ ମୃତ୍ୟୁହାରକୁ ରୋକାଯାଇ ପାରିବ । କିଡନୀ ରୋଗୀଙ୍କ ଶାକାହାରୀ ଖାଦ୍ୟ ଖାଇବାକୁ ଉପରେ ଅଧିକ ଗୁରୁତ୍ୱାରୋପ କରିବା ଉଚିତ ବୋଲି ଡକ୍ଟର ମହାନ୍ତି ପ୍ରକାଶ କରିଛନ୍ତି ।

hiring

ଏହି ଅବସରରେ ଆପୋଲୋ ହସ୍ପିଟାଲର ମୁଖ୍ୟ ପରିଚାଳକ ଡାକ୍ତର ଆଲୋକ ଶ୍ରୀବାସ୍ତବ କହିଛନ୍ତି ଯେ, “ଆମର ଉଦ୍ଦେଶ୍ୟ ସାଧାରଣ ଜନତାଙ୍କୁ ସୁସ୍ଥ ଖାଦ୍ୟ ଏବଂ ଜୀବନଶୈଳୀ ଗ୍ରହଣ କରିବାକୁ ଉତ୍ସାହିତ କରିବା । ପ୍ରତ୍ୟେକ ବ୍ୟକ୍ତି ବିଶୁଦ୍ଧ ଜଳ, ବ୍ୟାୟାମ, ସୁସ୍ଥ ଖାଦ୍ୟ, ତମାଖୁ ଛାଡିବା ଏବଂ ଚାପରୁ ଦୂରେଇ ରହିବା ପାଇଁ ପ୍ରୟାସ କରିବା ଉଚିତ । ମଦ୍ୟପାନରେ ଅଭ୍ୟସ୍ତ ହେବା ଦ୍ୱାରା ଲୋକମାନଙ୍କର ସ୍ୱାସ୍ଥ୍ୟ ଉପରେ ମୁଖ୍ୟତଃ କିଡନୀ ଉପରେ ଅଧିକ ଖରାପ ପ୍ରଭାବ ପଡିଥାଏ । ଅତ୍ୟଧିକ ମାଂସ ଖାଇବା, କମ୍‌ ପରିମାଣର ଜଳ, ଅଧିକ ପରିମାଣର ଲୁଣ କିଡନୀ ପାଇଁ ମଧ୍ୟ କ୍ଷତିକାରକ । ଏହା ବ୍ୟତୀତ ଅତ୍ୟଧିକ ଧୂମପାନ ଯୋଗୁଁ ମଧ୍ୟ କିଡ୍‌ନୀ ରୋଗ ବୃଦ୍ଧି ପାଏ ବୋଲି କହିଛନ୍ତି ଡକ୍ଟର ଶ୍ରୀବାସ୍ତବ । ଏଥିସହିତ କିଡ୍‌ନୀ ରୋଗରୁ ରକ୍ଷା ପାଇବା ପାଇଁ ଦୈନନ୍ଦିନ କାର୍ଯ୍ୟରେ ଅନେକ ପରିବର୍ତ୍ତନ କରିବା, କିଡନୀ ସମସ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ, ପ୍ରତିଦିନ ବ୍ୟାୟାମ କରିବା ଏବଂ ଶରୀରର ଓଜନ ନିୟନ୍ତ୍ରଣରେ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ପରାମର୍ଶ ଦେବା ସହିତ ପ୍ରତିଦିନ ୮ ରୁ ୧୦ ଗ୍ଲାସ୍‌ ପାଣି ଖାଇବା, ଖାଦ୍ୟରେ ଫଳ ଏବଂ ସବୁଜ ପନିପରିବାର ଅଧିକ ବ୍ୟବହାର କରିବା ଦ୍ୱାରା କିଡନୀ ସୁସ୍ଥ ରହିଥାଏ ବୋଲି ପ୍ରକାଶ କରିଛନ୍ତି ।

ଆପୋଲୋ ହସ୍ପିଟାଲ୍‌ ଏଟଂରପ୍ରାଇଜ୍‌ ଲିମିଟେଡ୍‌ର ଆଚଂଳିକ ସିଇଓ ଡକ୍ଟର ସୁଧୀର ଏମ୍‌ ଡିଜିଗାର୍‌ ଅନାବଶ୍ୟକ ଔଷଧ ସେବନ ଓ ମୁଖ୍ୟତଃ ପେନ୍‌କିଲର ସେବନ ଠାରୁ ଲୋକମାନେ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ୟୁରୋଲୋଜି ବିଭାଗର ଡାକ୍ତର ବିଶ୍ୱଜିତ ନନ୍ଦ ବୟସ୍କ ବ୍ୟକ୍ତିମାନଙ୍କୁ ବୃଦ୍ଧାବସ୍ଥାରେ ମୂତ୍ରାଶୟ ସମସ୍ୟା ସମ୍ପର୍କରେ ସଚେତନ କରାଇଛନ୍ତି । ଏହି ଅଭିଯାନରେ ଆପୋଲୋ ହସ୍ପିଟାଲ, ଭୁବନେଶ୍ୱରର ମୁଖ୍ୟ ଡାଏଟିସିଆନ୍‌ ଡାକ୍ତର ସୁନୀତା ସାହୁ ଏସପ୍ଲାନେଡ୍‌ ମଲ୍‌ ରେ କିଡନୀ ରୋଗ ଓ ଏଥି ସମ୍ବନ୍ଧୀୟ ଖାଦ୍ୟ ସମ୍ପର୍କରେ ଏକ ପାରସ୍ପରିକ ଆଲୋଚନା ଅଧିବେଶନ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

three × two =