ରାଞ୍ଚି :ଦେଶରେ ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ମୂଲ୍ୟବୃଦ୍ଧିକୁ ନେଇ ଜନ ଅସନ୍ତୋଷ ଲାଗି ରହିଥିବା ବେଳେ ଆଜି ଝାଡଖଣ୍ଡ ସରକାର ରାଜ୍ୟବାସୀଙ୍କୁ ଏ କ୍ଷେତ୍ରରେ ଆଶ୍ୱସ୍ତି ଦେଇଛନ୍ତି । ରାଜ୍ୟରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୨୫ଟଙ୍କା ହ୍ରାସ କରାଯାଇଛି । ମୁଖ୍ୟତଃ ୨ ଚକିଆ ଯାନ ପାଇଁ ଏହି ମୂଲ୍ୟ ହ୍ରାସ ଲାଗୁ ହେବ । ଆଜି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଏହା ଘୋଷଣା କରି କହିଛନ୍ତି ଯେ, ମୂଲ୍ୟବୃଦ୍ଧି ଜନିତ ଲୋକଙ୍କ ଅସୁବିଧାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସାଧାରଣଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଗ୍ରାହକଙ୍କୁ ଆଶ୍ୱସ୍ତି ଦେବ ବୋଲି ସରକାର ଆଶା ରଖିଛନ୍ତି । ଏହି ମୂଲ୍ୟହ୍ରାସ ନିଷ୍ପତ୍ତି ଆସନ୍ତା ୨୦୨୨ ଜାନୁଆରୀ ୨୬ ତାରିଖରୁ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।