ବଜେଟ : ଏଣିକି ଡାକଘର ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ହୋଇପାରିବ ଅନଲାଇନ ଟଙ୍କା ଟ୍ରାନ୍ସଫର

0 117

ନୂଆଦିଲ୍ଲୀ : କରୋନା ଅବଧିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱିତୀୟ ଥର ପାଇଁ ସାଧାରଣ ବଜେଟ୍‌ ଉପସ୍ଥାପନ କରୁଛନ୍ତି । ଏହି ସମୟରେ ସେ ଡାକ ବିଭାଗର ଡିଜିଟାଇଜେସନ୍‌ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଡାକଘରଗୁଡ଼ିକ ବର୍ତ୍ତମାନ ସମ୍ପୂର୍ଣ୍ଣ ଡିଜିଟାଲ୍‌ ହେବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୧.୫ ଲକ୍ଷ ଡାକଘରେ ୧୦୦ ପ୍ରତିଶତ କୋର ବ୍ୟାଙ୍କିଙ୍ଗ ବ୍ୟବସ୍ଥା ରହିବ । ଏହା ମାଧ୍ୟମରେ ନେଟ୍‌ ବ୍ୟାଙ୍କିଙ୍ଗ୍‌, ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌, ଏଟିଏମ୍‌ ମାଧ୍ୟମରେ ଆକାଉଣ୍ଟକୁ ପ୍ରବେଶ ହେବ । ପ୍ରତ୍ୟେକ ଡାକଘରେ ଏଣିକି ଏଟିଏମ୍‌ ରହିବ ବୋଲି ସେ କହିଛନ୍ତି । ଏହା ବ୍ୟତୀତ ଡାକଘର ଆକାଉଣ୍ଟ ଏବଂ ବ୍ୟାଙ୍କ ଆକାଉଣ୍ଟ ମଧ୍ୟରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର ହୋଇପାରିବ ।

hiranchal ad1
Leave A Reply

Your email address will not be published.

five + two =