ଯୁଦ୍ଧଜନିତ ପରିସ୍ଥିତିକୁ ନେଇ ଏମିତି ମନ୍ତବ୍ୟ ଦେଲେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର

0 120

ନୂଆଦିଲ୍ଲୀ: ଋଷ-ୟୁକ୍ରେନ୍‌ ଯୁଦ୍ଧଜନିତ ସ୍ଥିତି ସୃଷ୍ଟି ହୋଇଛି ତାହା ଭାରତୀୟ ଅର୍ଥନୀତିକୁ ବିଶେଷ ପ୍ରଭାବିତ କରିବ ନାହିଁ । ଯେ କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ରହିଛି । ଏହି ଯୁଦ୍ଧର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ନଗଣ୍ୟ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି । ଏକ କାର୍ଯ୍ୟକ୍ରମରେ ଶିଳ୍ପପତିମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଦରଦାମ୍‌ ସ୍ଥିତି ବା ମୁଦ୍ରାସ୍ଫୀତିକୁ ନେଇ ଆମେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ତାହା ବେଲଗାମ ହେବା ନାହିଁ । ମୁଦ୍ରାସ୍ଫୀତିରେ ସୁଧାର ହୋଇପାରେ ବୋଲି ସେ କହିଛନ୍ତି । ଯୁଦ୍ଧ ପ୍ରଭାବରେ ଦେଶରେ ମାନ୍ଦାବସ୍ଥା ସହିତ ମୁଦ୍ରାସ୍ଫୀତି ସମସ୍ୟା (ଷ୍ଟାଗ୍‌ଫ୍ଲେସନ) ଦେଖାଦେବାର ଆଶଙ୍କା ନାହିଁ ବୋଲି ଶକ୍ତିକାନ୍ତ ସ୍ପଷ୍ଟ କରିଛନ୍ତି । ତୈଳ ଦରରେ ହଠାତ୍‌ ହୋଇଥିବା ବୃଦ୍ଧିକୁ ସାରା ବର୍ଷର ବୃଦ୍ଧି ବୋଲି କୁହାଯାଇପାରିବ ନାହିଁ । ତାହା ହେଉଛି ଏକ ସାମୟିକ ଅବସ୍ଥା । ଏବେ ସ୍ଥିତି ଅନିଶ୍ଚିତ ରହିଛି । ତାହା ଅଭିବୃଦ୍ଧିକୁ ସାମାନ୍ୟ ପ୍ରଭାବିତ କରିପାରେ, କିନ୍ତୁ ମାନ୍ଦାବସ୍ଥା ଜନିତ ମୁଦ୍ରାସ୍ଫୀତି ସମସ୍ୟା ଦେଖାଦେବନି ବୋଲି ସେ କହିଛନ୍ତି । ବଜାର ଆବଶ୍ୟକ କରୁଥିବା ପାଣ୍ଠି ଯୋଗାଇବା ଲାଗି ଗତ ଦୁଇ ବର୍ଷର ରିଜର୍ଭ ବ୍ୟାଙ୍କ ୧୭ ଲକ୍ଷ କୋଟି ଟଙ୍କା ଜାରି କରିଛି । ଦରକାର ପଡିଲେ ଆହୁରି ସହାୟତା ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

six − three =