ରେପୋ ରେଟ୍ ଅପରିବର୍ତ୍ତିତ

0 119

ନୂଆଦିଲ୍ଲୀ: ପୁଣିଥରେ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ । ରେପୋ ରେଟ୍ ୪ ପ୍ରତିଶତ ଏବଂ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଲଗାତାର ଦଶମ ଥର ପାଇଁ ସୁଧହାରରେ କୌଣସି ପରିବର୍ତ୍ତନ କରିନାହିଁ ରିଜର୍ଭ ବ୍ୟାଙ୍କ । ଆରବିଆଇ ମୁଦ୍ରାନୀତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଆର୍ଥିକ ବିକାଶକୁ ସମର୍ଥନ ଦେବାକୁ ରେପୋ କିମ୍ବା ରିଭର୍ସ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନଥିବା କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସୋମବାରଠୁ ଆରବିଆଇ ମୁଦ୍ରାନୀତି କମିଟିର ତିନି ଦିନିଆ ବୈଠକ ଆରମ୍ଭ ହୋଇଥିଲା ।

hiring

୨୦୨୧-୨୨ ଆର୍ଥିକ ବର୍ଷରେ ୯.୨ ପ୍ରତିଶତ ଜିଡିପି ଅଭିବୃଦ୍ଧି ଅର୍ଥବ୍ୟବସ୍ଥାକୁ ପୂର୍ବ ମହାମାରୀ ସ୍ତରରୁ ଉପରକୁ ନେବ ବୋଲି ଆରବିଆଇ ମୁଖ୍ୟ କହିଛନ୍ତି ଏବଂ ଆସନ୍ତା ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭.୮ ପ୍ରତିଶତ ଜିଡିପି ଅଭିବୃଦ୍ଧି ଆକଳନ କରିଛନ୍ତି । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ଉଚଓ ବା ଖୁଚୁରା ମୁଦ୍ରାସ୍ଫୀତି ୫.୩ ପ୍ରତିଶତ ଏବଂ ୨୦୨୨-୨୩ ଆର୍ଥିକ ବର୍ଷରେ ୪.୫ ପ୍ରତିଶତ ରହିବା ନେଇ ଅନୁମାନ କରିଛି ରିଜର୍ଭ ବ୍ୟାଙ୍କ ।

hiranchal ad1
Leave A Reply

Your email address will not be published.

16 − 10 =