Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ,ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର:ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଆଜି ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି।ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି
Read More...

ପାରାଦ୍ୱୀପ ବନ୍ଦରରେ ସନ୍ଦିଗ୍ଧ ପ୍ୟାକେଟ୍

ପାରାଦ୍ୱୀପ ବନ୍ଦରରେ ମିଳିଲା ସନ୍ଦିଗ୍ଧ ପ୍ୟାକେଟ୍ । ବର୍ଥରେ ଲାଗିଥିବା ଏକ ଜାହାଜ ଭିତରୁ ମିଳିଛି ୮ଟି ସନ୍ଦେହଜନକ ପ୍ୟାକେଟ୍ । ଜାହାଜରେ ପୋଲିସ, ସିଆଇଏସଏଫ ଓ ଡଗ୍ ସ୍କ୍ୱାଡ୍ ପକ୍ଷରୁ ଯାଞ୍ଚ କରାଯାଇଛି । ଜବତ ୮ ଟି ପ୍ୟାକେଟ୍ କଷ୍ଟମ୍ସ ବିଭାଗକୁ ହସ୍ତାନ୍ତର କରାଯାଇଛି । ପିଆଇସିଟି
Read More...

ଘଟଗାଁ ରାସ୍ତା ଦୁର୍ଘଟଣାରେ ଶୋକ ପ୍ରକାଶ ସହ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଘଟଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା
Read More...

ଅଧା ରହିଗଲା ମା’ ତାରିଣୀ ଦର୍ଶନ, ଚାଲିଗଲା ୮ ଜୀବନ

ପାଟଣା : ଅଧା ରହିଗଲା ମା’ ତାରିଣୀ ଦର୍ଶନ, ଚାଲିଗଲା ୮ଜୀବନ । ଏକ  ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଶୁକ୍ରବାର ସକାଳୁ ୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଘଟଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି।୨୦ ନମ୍ବର ଜାତୀୟ ରାଜପଥର ଘଟଗାଁ ଥାନା
Read More...

ଘାଟିରେ ଫସିଲା ଟ୍ରକ,ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି :ଗୋପାଳପୁର ରାୟପୁର ୫୯ନମ୍ବର ଜାତୀୟ ରାଜପଥର ଗାଜଲବାଡି ଘାଟିର ଦୁଇ ନମ୍ବର ବୁଲାଣିରେ ଗତ ରାତିଠାରୁ ଏକ ହଳଦୀ ବୋଝେଇ ଟ୍ରକ ଫସି ରହିଛି । ବୁଲାଣିରେ ଟ୍ରକଟିର ଏକ୍ସଲ ଭାଙ୍ଗି ଯିବାରୁ ଟ୍ରକଟି ବୁଲାଣିରେ ରାସ୍ତା ମଝିରେ ରହିଯାଇଛି । ଯାହା ଫଳରେ ୫୯ ନମ୍ବର ଜାତୀୟ ରାଜପଥର
Read More...

ବିଳମ୍ବିତ ରାତିରେ ସ୍କୁଟି ଦୁର୍ଘଟଣା, ଯୁବକ ମୃତ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତ୍ତମାହା ପଞ୍ଚାୟତ କଟାବାଡି ଗ୍ରାମ ନିକଟରେ ବିଳମ୍ବିତ ରାତିରେ ଏକ ସ୍କୁଟି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଫଳରେ ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଲେ ଶ୍ରାନିକେତା ପଞ୍ଚାୟତ ସୁଲୁମାହା
Read More...

କଟକ ବାଲିଯାତ୍ରାରେ ଅନୁଷ୍ଠିତ ହେବ ଦଶପଲ୍ଲା ରାମଲୀଳା

ଦଶପଲ୍ଲା : ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ଏହି ଯାତ୍ରା ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଚଳିତବର୍ଷ ଏହି ଯାତ୍ରାରେ ସ୍ଥାନ ପାଇଛି ଭାରତ ପ୍ରସିଦ୍ଧ ଦଶପଲ୍ଲାର ଐତିହାସିକ ଲଙ୍କାପୋଡ଼ି । ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି
Read More...

ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ମୁକୁଟ ପିନ୍ଧିଲେ ଦେବସ୍ମିତା ଶତପଥୀ

ଘୁ ଉଦୟଗିରି: ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପଦବୀ ପାଇଁ ଉପ ନିର୍ବାଚନ ଗତ କାଲି ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭୋଟ ଗଣତି ହୋଇଥିଲା । ସକାଳ ୮ ଘଣ୍ଟା ସମୟରେ ସ୍ଥାନୀୟ ତହସିଲଦାର ତଥା ନିର୍ବାଚନ ଅଧିକାରୀ ରଞ୍ଜନ କୁମାର୍‌ ସାହୁଙ୍କ ନେତୃତ୍ୱରେ ଓ ଉପ ଜିଲ୍ଲାପାଳଙ୍କ
Read More...

ନବରଙ୍ଗପୁର ଜିଲ୍ଲା କଂଗ୍ରେସର “ତୁଳସୀ ଯାତ୍ରା’

ନବରଙ୍ଗପୁର: ଆଜି ଭୁବନେଶ୍ୱରଠାରୁ ଶ୍ରୀକ୍ଷେତ୍ର ପୁରୀ ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସ କମିଟିର ତୁଳସୀ ଯାତ୍ରା ବହାରିଛି । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତ୍ୟେକ ବ୍ଲକରୁ ତୁଳସୀ ସଂଗ୍ରହ କରି ପୁରୀ ଶ୍ରୀକ୍ଷେତ୍ର ଯିବା ପାଇଁ ପିସିସି ତରଫରୁ ନିର୍ଦ୍ଦେଶ ହୋଇଥିଲା ।
Read More...

କ୍ରୀଡା ସାଂସ୍କୃତିକ ଓ ସାମାଜିକ ସଚେତନତା କାର୍ଯ୍ୟକ୍ରମ

ଚମ୍ପୁଆ,୨୯ା୧୧: ସ୍ଥାନୀୟ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଚମ୍ପୁଆରେ ନୂଆ ଓ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ କ୍ୟାରୋମ, ସ୍ୱରଚିତ କବିତା ପାଠ ଏବଂ ସୃଜନ ରଚନା ଆଦି କାର୍ଯ୍ୟକ୍ରମ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ
Read More...