ଶାଗୁଆନ ଗଣ୍ଡି ସହିତ ୨ ଗିରଫ

0 81

ହରଭଙ୍ଗା : ବୌଦ୍ଧ ଜିଲ୍ଲା ପୁରୁଣାକଟକ ବନ ବିଭାଗକୁ ମିଳିଛି ବଡ଼ ସଫଳତା l 3ଶାଗୁଆନ ଗଣ୍ଡି ସହିତ ୨ ଜଣଙ୍କୁ ଗିରଫ ସହ ଗୁରୁବାର କୋର୍ଟ ଚଲାଣ ହୋଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି l ସୂଚନା ଅନୁଯାଇ ପୁରୁଣାକଟକ ରେଞ୍ଜ ଅଧିନସ୍ଥ ରତନ ପୁର ଗ୍ରାମରେ ଶାଗୁଆନ ଗଣ୍ଡିରୁ କରତ ସାହାଯ୍ୟରେ କାଟି, ପଟା ତିଆରି ହେଉଥିବା ନେଇ ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଗ୍ରାମରେ ପହଞ୍ଚି ଥିଲେ ଓ ସେଠାରୁ ୩ଖଣ୍ଡ ଶାଗୁଆନ ଗଣ୍ଡି ୮.୨୫ ଫିଟ ସହିତ ବ୍ୟବହୃତ ଗୋଟିଏ ହାତ କରତ ଏବଂ ପଟା ତିଆରି କରୁଥିବା ଆସାମୀ ଗିରଫ କରିଥିଲେ l ଗିରଫ ବ୍ୟକ୍ତି ମାନେ ହେଲେ ପୁରୁଣାକଟକ ଗ୍ରାମର କରୁଣା କହଁର ଓ କାର୍ତିକ କହଁର ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ରତନ ପୁର ଗ୍ରାମର ହରିହର କର୍ଣ୍ଣ ଯିଏକି ଏହି ପଟା ତିଆରି କରାଉଥିବା ମାଲିକ ଫେରାର ଥିବା ରେଞ୍ଜ ପକ୍ଷରୁ ସୂଚନା ମିଳିଛି l ଏହି ଅପରେସନ ରେ ACF ମିନାକ୍ଷୀ କୁମରା, ସହକାରୀ ତହସିଲଦାର, ACF /ରେଞ୍ଜ ଅଧିକାରୀ ଜୟନ୍ତ କର୍ଣ୍ଣ, ବନପାଳ ଚିତ୍ତରଞ୍ଜନ ପ୍ରଧାନ, ପୁଷ୍ପାଞ୍ଜଳି ମେହେର, ଗୋବର୍ଦ୍ଧନ ମେହେର, ବନରକ୍ଷୀ ବୀଣାପାଣି ଖଟୁଆ, ପିଙ୍କି ପ୍ରଧାନ ସମେତ ସ୍କ୍ୱାର୍ଡ ଓ ପୁରୁଣାକଟକ ପୋଲିସ ସାମିଲ ଥିଲେ l କନ୍ଧମାଳରୁ ସୁଶାନ୍ତ ବେହେରାଙ୍କର ରିପୋର୍ଟ ହିରାଞ୍ଚଳ live I

hiranchal ad1
Leave A Reply

Your email address will not be published.

15 + twelve =