ଭିଜାଲାନ୍ସ ଜାଲରେ DEO ଅଫିସ୍‌ କିରାଣୀ

0 14

ବାଲେଶ୍ବର : ଆଉଜଣେ ପଡିଲେ ଭିଜାଲାନ୍ସ ଜାଲରେ I ଜାଲରେ ପଡିଥିବା ବ୍ୟକ୍ତି ଜଣକ ହେଉଛନ୍ତି DEO ଅଫିସ୍‌ କିରାଣୀ । DEO ଅଫିସ୍‌ରେ କିରାଣୀଙ୍କ ଘରେ ରେଡ୍। କିରାଣୀ ପ୍ରଦୀପ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍ କରାଯାଇଛି । ତେବେ ଚଢାଉ ପରେ ଜଣାପଡିବ ଜବତ ସମ୍ପତ୍ତିର ଆକଳନ ।

hiring

ଏକକାଳୀନ ବାଲେଶ୍ଵରର ୬ଟି ସ୍ଥାନରେ ଚଢାଉ ଚାଲିଛି। ଏହି ଚଢାଉରେ ୨ ଜଣ ଆଡିସନାଲ ଏସପି, ୪ ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର, ୫ ଜଣ ଏଏସଆଇ ଏବଂ ଅନ୍ୟ ଅଧିକାରୀମାନେ ସାମିଲ ଅଛନ୍ତି। ସୂଚନାନୁଯାୟୀ, ପ୍ରଦୀପ ଦାସଙ୍କ ବାଲେଶ୍ଵର ଅଙ୍ଗାରଗାଡିଆସ୍ଥିତ ତିନି ମହଲା ଘର, ଖନ୍ତାପଡ଼ାସ୍ଥିତ ପୈତୃକ ଘର, ଶେରଗଡ଼ସ୍ଥିତ ମାର୍କେଟ କମ୍ପ୍ଲେକ୍ସ, ନୀଳଗିରିସ୍ଥିତ ସମ୍ପର୍କୀୟଙ୍କ ଘର, ଖନ୍ତାପଡ଼ାସ୍ଥିତ ସମ୍ପର୍କୀୟଙ୍କ ଘର, ଏବଂ କଲେକ୍ଟର କ୍ୟାମ୍ପସରେ ଥିବା ଅଫିସ ରୁମ୍‌ରେ ରେଡ୍ ଚାଲିଛି।

ଚଢାଉ ବେଳେ ବାଲେଶ୍ୱର ଟାଉନ ଅଙ୍ଗାରଗାଡିଆରେ ଗୋଟିଏ ତିନି ମହଲା ଘର, ବାଲେଶ୍ୱର ଟାଉନରେ ୬ଟି ମୂଲ୍ୟବାନ ପ୍ଲଟ ଠାବ କରିଛି ଭିଜିଲାନ୍ସ I ଏଥିସହ ବାଲେଶ୍ୱର ସେରଗଡ ବଜାରରେ ୨୦ଟି ଦୋକାନ ଥିବା ୨ ମହଲା ବିଶିଷ୍ଟ ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଠାବ କରିଛି। ମାର୍କେଟ କମ୍ପ୍ଲେକ୍ସର ଆନୁମାନିକ ମୂଲ୍ୟ ୧ କୋଟିରୁ ଉର୍ଦ୍ଧ୍ୱ ହେବ । ଏହାସହ ଦୁଇଟି ଦୁଇ ଚକିଆ ଯାନ ମଧ୍ୟ ଠାବ ହୋଇଛି ।

hiranchal ad1
Leave A Reply

Your email address will not be published.

nineteen − 12 =