ରିମାଣ୍ଡରେ ନକଲି ପୋଲିସ ଇନସପେକ୍ଟର

0 337

ଦଶ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ I ନକଲି ପୋଲିସଙ୍କ ବିରୋଧରେ ବଢୁଛି ଅଭିଯୋଗ । ରିମାଣ୍ଡରେ ଯାଇଛି ରସିକ ସୁବାସ କହଁର । ଖଣ୍ଡଗିରି ଥାନାରେ ପୁଣି ଅଭିଯୋଗ କଲେ ଜଣେ ମହିଳା I

hiring

ଭୁବନେଶ୍ୱର : ରିମାଣ୍ଡରେ ନକଲି ପୋଲିସ ଇନସପେକ୍ଟର ସୁବାସ କହଁର। ରିମାଣ୍ଡରେ ନେଇ ଠକ ସୁବାସର କାରନାମା ସମ୍ପର୍କରେ ତନାଘନା କରୁଛି ପୋଲିସ। ସେପଟେ ସୁବାସ ନାଁରେ ପୁଣି ଆସିଛି ଆଉ ଏକ ଅଭିଯୋଗ। ଡୁମୁଡୁମା ଅଞ୍ଚଳର ଜଣେ ମହିଳାଙ୍କୁ ଦଶ ଲକ୍ଷ ଟଙ୍କା ଠକିଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ପୁଲିସ ତାଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରିଛି।

ନକଲି ପୁଲିସ ନାମରେ ଏହାକୁ ମିଶାଇ ଖଣ୍ଡଗିରି ଥାନାରେ ଦୁଇଟି ଓ ଲକ୍ଷ୍ମୀସାଗର ଥାନାରେ ଗୋଟିଏ ମାମଲା ରୁଜୁ କରାଯାଇଛି। ସୁବାସ ନାମରେ ମାମଲା ସଂଖ୍ୟା ୩ ରେ ପହଞ୍ଚିଛି। ଅଭିଯୋଗ ଅନୁଯାୟୀ, ଡୁମୁଡୁମା ଅଞ୍ଚଳର ବିଧବା ମହିଳା ଟେଲରିଂ କରି ପରିବାର ଚଳାନ୍ତି। ସେ ୨୦୨୧ ମସିହାରେ ଟ୍ରେନରେ ବ୍ରହ୍ମପୁର ଯାଉଥିବା ବେଳେ ସୁବାସଙ୍କ ସହ ତାଙ୍କ ପରିଚୟ ହୋଇଥିଲା। ପରବର୍ତ୍ତୀ ସମୟରେ ପ୍ରେମ ସଂପର୍କ ନୀବିଡ଼ ହୋଇଥିବା ବେଳେ, ବିବାହ ପ୍ରତିଶ୍ରୁତି ଦେଇେ ପ୍ରାୟ ଦଶ ଲକ୍ଷ ଟଙ୍କା ଠକେଇ କରିଥିଲା ସୁବାସ। ଗତ ରବିବାର ଦିନ ଖଣ୍ଡଗିରି ଥାନା ପୁଲିସ ସୁବାସକୁ ଗିରଫ କରିଥିବା ଜାଣିବା ପରେ ମହିଳା ଜଣକ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

hiranchal ad1
Leave A Reply

Your email address will not be published.

thirteen + two =