ରାଜଧାନୀରୁ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ। ଅନଲାଇନ୍ ଆପରେ କାର୍ ବୁକିଂ କରି ଡ୍ରାଇଭରଙ୍କୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ ।
ଭୁବନେଶ୍ୱର : ରାଜଧାନୀରୁ କ୍ୟାବ୍ ଡ୍ରାଇଭରଙ୍କୁ ଅପହରଣ ଘଟଣାର ପର୍ଦ୍ଦାଫାସ । ଅନଲାଇନ୍ ଆପରେ କାର୍ ବୁକିଂ କରି ଡ୍ରାଇଭରଙ୍କୁ ଅପହରଣ କରିନେଇଥିଲେ ଦୁର୍ବୃତ୍ତ । ଘଟଣାର ମାଷ୍ଟର ମାଇଣ୍ଡ ସହ ଦୁଇ ଜଣଙ୍କୁ ଗିରଫ କରିଛି ଗଁଦିଆ ପୋଲିସ । ଭୁବନେଶ୍ୱରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ ରାଜେଶ କୁମାର ନାଥ ଓ ସହଯୋଗୀ ସୁମନ୍ତ ନାଥ।

ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି । କାର୍ ଉଦ୍ଧାର କରି ସଂମ୍ପୃକ୍ତ କ୍ୟାବ୍ ଡ୍ରାଇଭରଙ୍କୁ ହସ୍ତାନ୍ତର କରିଛି ପୋଲିସ । ଗତ ମାସ ୧୩ ତାରିଖରେ ଗଁନ୍ଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଅଞ୍ଚଳର ଯୁବକ ଭୁବନେଶ୍ୱରରୁ କାର୍ ବୁକିଂ କରି ଯୋରନ୍ଦା ଆସିଥିଲେ ।
ପରେ ଯୋରନ୍ଦା ନିକଟସ୍ଥ ରାଧାଦେଇପୁର ଜଙ୍ଗଲ ରାସ୍ତାରେ ଡ୍ରାଇଭର ତଥା ଗାଡି ମାଲିକ ବଳରାମ ପ୍ରଧାନଙ୍କ ଠାରୁ ଦୁଇଟି ମୋବାଇଲ ସହ ଏକ ସୁନା ମୁଦି ଲୁଟ୍ କରିଥିଲେ । ତେବେ ନିକଟସ୍ଥ ମହିମା ସେତୁ ଉପରୁ ବ୍ରାହ୍ମଣୀ ନଦୀକୁ ଫିଙ୍ଗି ଫେରାର ହୋଇଯାଇଥିଲେ ।
