ସତ ଓଗାଳିଲେ ସଞ୍ଜୟ ରୋଏ

0 35

କୋଲକାତା : ଅଗଷ୍ଟ ୯ରେ ଆର୍‌.ଜି କର ହସ୍ପିଟାଲର ସେମିନାର ହଲରେ ଜଣେ ଟ୍ରେନି ଲେଡି ଡାକ୍ତରଙ୍କ ମୃତଦେହ ମିଳିଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ତାଙ୍କ ବଳାତ୍କାର ହୋଇଥିବା ସ୍ପଷ୍ଟ ହୋଇଥିଲା। ବଳାତ୍କାର ଏବଂ ହତ୍ୟା କରିଥିବା ଅଭିଯୁକ୍ତ ସଞ୍ଜୟ ରୋଏ ନିଜ ଅପରାଧ ସ୍ବୀକାର କରିଛନ୍ତି। ଯଦି ସିବିଆଇ ସୂତ୍ରରୁ ବିଶ୍ୱାସ କରାଯାଏ, ତେବେ ହତ୍ୟାକାରୀ ସଞ୍ଜୟ ରୋଏ, ପଚରାଉଚରା ବେଳେ ସ୍ବୀକାର କରିଛନ୍ତି ଯେ ସେ ହିଁ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ସେ କହିଛନ୍ତି, ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରିଛନ୍ତି, କାରଣ ସେ ବାରମ୍ବାର ଚିତ୍କାର କରୁଥିଲେ।

ସୂଚନାନୁସାରେ, ଅଭିଯୁକ୍ତ ସଞ୍ଜୟ ରୋଏ କହିଛନ୍ତି, ପୀଡିତା ଲଗାତାର ଚିତ୍କାର କରୁଥିଲେ, ତେଣୁ ତାଙ୍କ ତଣ୍ଟିକୁ ଜୋର୍‌ରେ ଚିପି ରଖିଥିଲି, ଯେ ପର୍ଯ୍ୟନ୍ତ ମହିଳା ଡାକ୍ତରଙ୍କ ମୃତ୍ୟୁ ନହୋଇଛି। ପୀଡିତା ନିଜକୁ ରକ୍ଷା କରିବା ପାଇଁ ଚିଲାଇଥିଲେ। ହେଲେ ଧରାପଡ଼ିଯିବା ଭୟରେ ସଞ୍ଜୟ ପୀଡିତାଙ୍କ ତଣ୍ଟିକୁ ସମ୍ପୂର୍ଣ୍ଣ ଶକ୍ତିର ସହ ଚିପି ରଖିଥିଲେ I

hiring

ସୂଚନା ଅନୁସାରେ, ଅଭିଯୁକ୍ତ ସଞ୍ଜୟ ରୋଏ ମଧ୍ୟ ତାଙ୍କର ଡାକ୍ତରୀ ଟେଷ୍ଟ ସମୟରେ ଏହା ପ୍ରକାଶ କରିଛନ୍ତି। ଆର୍‌.ଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସଞ୍ଜୟ ରୋଏ ମୁଖ୍ୟ ଅଭିଯୁକ୍ତ। ସଞ୍ଜୟ ରୟଙ୍କ ‘ପଲିଗ୍ରାଫ ଟେଷ୍ଟ’ କୋଲକାତାର ପ୍ରେସିଡେନ୍ସି ଜେଲରେ କରାଯାଇଥିଲା।

ମେଡିକାଲ କଲେଜର ସେମିନାର ହଲରେ ୩୧ ବୟସ୍କା ଟ୍ରେନି ଲେଡି ଡାକ୍ତରଙ୍କ ମୃତଦେହ ମିଳିବାର ଗୋଟିଏ ଦିନ ପରେ କୋଲକାତା ପୋଲିସ ସଞ୍ଜୟ ରୋଏଙ୍କୁ ଅଗଷ୍ଟ ୧୦ ରେ ଗିରଫ କରିଥିଲା। ସିସିଟିଭି ଫୁଟେଜ ଏବଂ ଟ୍ରେନି ଡାକ୍ତରଙ୍କ ମୃତଦେହ ନିକଟରୁ ବ୍ଲୁଟୁଥ ଉପକରଣ ମିଳିବା ପରେ ରୋଏଙ୍କୁ ଗିରଫ କରାଯାଇଥିଲ। ଏଥି ସହିତ, ଆର୍‌.ଜି କର ହସ୍ପିଟାଲ ମାମଲାରେ ସିବିଆଇ ବର୍ତ୍ତମାନ ସମସ୍ତ ୭ ଜଣଙ୍କ ପଲିଗ୍ରାଫ ପରୀକ୍ଷା ଶେଷ କରିଛି।

hiranchal ad1
Leave A Reply

Your email address will not be published.

fourteen − four =