ଡକାୟତି ଉଦ୍ୟମରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଜୋରିମାନା

0 30

ଫୁଲବାଣୀ : (ବୋମା ଫୁଟାଇ ଆତଙ୍କ ସୃଷ୍ଟି କରିଥିଲେ ତିନି ଆସାମୀ ) ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ମୁନ ରାଣୀ ମିଶ୍ର ଏକ ଡକାୟତି ଉଦ୍ୟମର ମାମଲାକୁ ୧୫ ଜଣସାକ୍ଷୀ, ଆଧାରରେ ବିଚାର କରି ମୁମତାଜ ଅଲ୍ଲୀ, ଚନ୍ଦ୍ର ଶେଖର ନାୟକ, ଶରତ ନାୟକଙ୍କୁ (ଦଶପଲ୍ଲା ଅଞ୍ଚଳ) ଦୋଷୀ ସାବ୍ୟସ୍ତ କରି ୧୦ଵର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ତିନି ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫରୁ ସ୍ଵତନ୍ତ୍ର ପି.ପି. ଶିବ ପ୍ରସାଦ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ। ସୁଚନା ଅନୁସାରେ ତା୧୬.୦୩. ୨୦୧୨ ରିଖରେ ସଦର ଥାନା ଅନ୍ତର୍ଗତ ଯାକ୍ରେଜୁ ଗ୍ରାମକୁ ଅଭିଯୁକ୍ତ ମାନେ ଏକ ବୋଲେରୋ ଯୋଗେ ପଦ୍ମ ଚରଣ ଗଣ୍ଡାଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀଙ୍କ ଠାରୁ ସୁନା ଚେନ୍ ଓ ଦଶ ହଜାର ଟଙ୍କା ନେଇ ପଳାଉ ଥିଲେ l ଗଲା ସମୟରେ ଦୁଈଟି ବୋମା ଫୁଟାଇ ଥିଲେ l ବୋମା ବିସ୍ଫୋରଣ ଫଳରେ ତିନି ଜଣ ଗ୍ରାମବାସୀ ଆହତ ହୋଇଥିଲେ l ଏଥି ସହିତ ଆସାମୀ ଚନ୍ଦ୍ର ଶେଖର ନାୟକଙ୍କ ହାତ ପାପୁଲି ଛିଡି ଯାଇ ଗୁରୁତର ହୋଇଥିଲା ଏବଂ ସେଠାରୁ ଯାଇ ପାରି ନଥିଲା l ଫଳରେ ଗ୍ରାମବାସୀ ତିନି ଜଣ ଆସାମୀକୁ କାବୁ କରିବାରେ ସଫଳ ହୋଇଥିଲେ l ପରେ ପଦ୍ମ ଚରଣ ଗଣ୍ଡା ଫୁଲବାଣୀ ସଦର ଥାନାରେ ଏତଲା ଦେଇଥିଲେ l ଏତଲା ପ୍ରକାରେ ସଦର୍ ଥାନାରେ ୩୧/୧୨ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଅଦ୍ୟ ତା ୦୮.୦୮.୨୦୨୪ରିଖରେ ବିଚାରପତି ମହାଶୟ ଉକ୍ତ ରାୟ ପ୍ରକାଶ କରିଛନ୍ତି।

hiranchal ad1
Leave A Reply

Your email address will not be published.

twelve − 4 =