ଘରେ ପଶି ଯୁବକକୁ ଗୁଳି ମାରିଲେ ଦୁର୍ବୃତ୍ତ

0 46

ଝାରସୁଗୁଡା : ଝାରସୁଗୁଡା ସହରରେ ଦିନ ଦ୍ବିପ୍ରହରରେ ଗୁଳି ଫୁଟିବାର ସୂଚନା ମିଳିଛି। ଘରେ ପଶି ଯୁବକକୁ ଗୁଳି ମାରି ଦୁଇ ଦୁର୍ବୃତ୍ତ ଫେରାର ହୋଇଥିବାରେ ସଫଳ ହୋଇଛନ୍ତି। ସୂଚନା ଅନୁସାରେ ଶାନ୍ତି ନଗରରେ ରହୁଥିବା ରାକେଶ ଓରାମଙ୍କ ଘରେ ପଶି ଦୁଇ ଜଣ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲେ। ରାକେଶଙ୍କର କାନ୍ଧରେ ଗୁଳି ବାଜିଥିବାର ଜଣାପଡିଛି। ଫଳରେ ସେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ଅନୁମାନ କରାଯାଉଥିବାର ପୋଲିସ କହିଛି I

hiranchal ad1
Leave A Reply

Your email address will not be published.

twenty − 10 =