ଗଣେଶ ପୂଜାରେ ମୁକ୍ତି ଲାଭ କରିବାକୁ ଯାଉଛି ‘ଚକ୍ଷୁବନ୍ଧନ’

0 400

ଗଣେଶ ପୂଜାରେ ‘ଚକ୍ଷୁବନ୍ଧନ’ । ତାରିଖ ଘୋଷଣା ସହ ହେଲା ପୋଷ୍ଟର ରିଲିଜ । ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଭୁବନେଶ୍ବର ସ୍ଥିତ ହୋଟେଲ ସୃଣ୍ଡି ଗ୍ରାଣ୍ଡଠାରେ ଏକ ଗଣେଶପୂଜାରେ ମୁକ୍ତିଲାଭ କରିବାକୁ ଯାଉଛି ନୂଆ ଓଡିଆ ଚଳଚ୍ଚିତ୍ର ‘ଚକ୍ଷୁବନ୍ଧନ’ । ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ରର ସମସ୍ତ । । କଳାକାର ଓ ଟେକ୍ତିସିଆନଙ୍କ ସମେତ ଓଡ଼ିଆ ଚଳଚ୍ଚିତ୍ର ଜଗତ ସହ ସକ୍ତ ବହୁ ବ୍ୟକ୍ତିବିଶେଷ । ଯୋଗ ଦେଇଥିଲେ ଏବଂ ଚଳଚ୍ଚିତ୍ରର ସଫଳତା କାମନା କରିଥିଲେ । ପ୍ରେମ, ପ୍ରତାରଣା, ରହସ୍ୟ, ରୋମାଞ୍ଚ ଭରା ମୌଳିକ କାହାଣୀକୁ ନେଇ ନିର୍ମିତ ଚକ୍ଷୁବନ୍ଧନର ମୁକ୍ତିଲାଭର ତାରିଖ ଘୋଷଣା ସହ ପୋଷ୍ଟର ରିଲିଜ ମ ଅନୁଷ୍ଠିତ ହୋଇଯାଇଛି । ଅନିଶା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ତପନ କୁମାର ଦାଶ । କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଦିଲୀପ ବଳବନ୍ତରାୟ । ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ରରେ ନଜର ଆସିବେ ଭୂମିକା, ରାଜ ରାଜେଶ, ରିଶି ଓ ବଙ୍ଗୀୟ ନାୟିକା ଈଶାନୀ ସେନଗୁପ୍ତା । ଉଭୟ ଓଡିଆ ଏବଂ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଦିନରେ ବେଶ୍ ନାଁ କରିଥିବା ଯୁବ ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତ । ସ୍ୱାର୍ଥ ଓ ଭ୍ରମ ଭଳି ଦୁଇଟି ମାନସିକ ଚିନ୍ତାଧାରା ଉପରେ ଆଧାରିତ ଏହି ଫିଲ୍ମର ସଙ୍ଗୀତ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ଅଭିଜିତ ମଜୁମଦାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଗୀତଗୁଡିକ ଶୁତିମଧୁର ଓ ମନଛୁଆଁ ହୋଇପାରିଛି । ଗୀତରଚନା କରିଛନ୍ତି ଡ ନିର୍ମଳ ନାୟକ । ଗୀତରେ କଣ୍ଠଦାନ କରିଛନ୍ତି ବିଶ୍ବଜିତ ମହାପାତ୍ର ଏବଂ ସୋହିନୀ ମିଶ୍ର । ଅପରପକ୍ଷେ ରଜନୀ ଶତପଥୀଙ୍କ ରଚିତ ଏକ ଖାସ୍ ଗୀତର ସଙ୍ଗୀତ ଦେଇଛନ୍ତି ବନି ଗୌରବ ଯାହାକୁ ଗାଇଛନ୍ତି ରତିକାନ୍ତ ଶତପଥୀ । ଏହା ଚଳଚ୍ଚିତ୍ରର ସଙ୍ଗୀତ ପାଇଁ ବୋନସ ପଏଣ୍ଟ ହେବ । ଚିତ୍ରୋତ୍ତଳନରେ ଦୀପକ କୁମାର ଥିବାବେଳେ କାହାଣୀ, ଚିତ୍ରନାଟ୍ୟ ଏବଂ ସଂଳାପରେ ଅଛନ୍ତି । ଦିଲୀପ କୁମାର ଚୌଧୁରୀ । କାହାଣୀରେ ନୂତନତ୍ ସାଙ୍ଗକୁ ମନୋରଞ୍ଜନର ଭରପୂର ଉପାଦାନ ରହିଛି । କିନ୍ତୁ ସେହି ଉପାଦାନ ସବୁକୁ ଚାହିଦା ମୁତାବକ ନିର୍ଦ୍ଦେଶକ ବ୍ୟବହାର କରିଛନ୍ତି । ଯେଉଁଥିରେ ତାଙ୍କ ହାତର ଚମତ୍କାରିତା ପ୍ରତିପାଦିତ ହୋଇଛି । ଶହେ ପ୍ରତିଶତ ମୌଳିକ, ଗୁଣାତ୍ମକ ତଥା ଏହା ଏକ ପିସାଓସୁଲ ଚଳଚ୍ଚିତ୍ର ବୋଲି କୁହାଯାଇପାରିବ।

hiranchal ad1
Leave A Reply

Your email address will not be published.

two × 5 =