ଏହି ତାରିଖରେ ରିଲିଜ ହେବ ଅନୁଷ୍କା ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଘାଟି’

0 199

ତାମିଲ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଘାଟି’ର ଏକ ନୂତନ ରିଲିଜ୍ ତାରିଖ ଘୋଷଣା ହୋଇଛି। ଏହି କ୍ରାଇମ୍ ଥ୍ରୀଲର୍ ଫିଲ୍ମର ନିର୍ମାତା ଘୋଷଣା କରିଛନ୍ତି ଯେ ଫିଲ୍ମଟି ୧୧ ଜୁଲାଇ, ୨୦୨୫ରେ ସାରା ବିଶ୍ୱରେ ସିଲଭର ସ୍କ୍ରିନରେ ଆସିବ। ଉଲ୍ଲେଖଯୋଗ୍ୟ ଯେ ଏହି ଫିଲ୍ମଟି ପୂର୍ବରୁ ୧୮ ଏପ୍ରିଲ, ୨୦୨୫ରେ ରିଲିଜ୍ ହେବାର ଯୋଜନା ଥିଲା।

hiring

‘ଘାଟି’ ଫିଲ୍ମର କାହାଣୀ ଜଣେ ଶକ୍ତିଶାଳୀ ମହିଳା ପରିସ୍ଥିତରେ ପଡି ଗଞ୍ଜେଇ ବ୍ୟବସାୟରେ ସାମିଲ ହୁଅନ୍ତି। ରାଧା କୃଷ୍ଣ ଜଗରଲାମୁଦିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ରାମ୍ୟ କୃଷ୍ଣନ୍, ଅନୁଷ୍କା ଶେଟ୍ଟୀ, ଜଗପତି ବାବୁ, ରବିନ୍ଦର ବିଜୟ, ବିକ୍ରମ ପ୍ରଭାସ ଏବଂ ଜନ୍ ବିଜୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ ଏବଂ ହିନ୍ଦୀ ସମେତ ବିଭିନ୍ନ ଭାଷାରେ ମୁକ୍ତିଲାଭ କରିବ।

hiranchal ad1
Leave A Reply

Your email address will not be published.

5 + four =