ପ୍ରଶଂସକଙ୍କୁ ମଜାଲିଆ ଉତ୍ତର ଦେଲେ ଶ୍ରଦ୍ଧା, ମୁଁ ବିବାହ କରିବି…ମାନେ କରିବି

0 59

ବଲିଉଡର ଚୁଲବୁଲି ଷ୍ଟାର ଶ୍ରଦ୍ଧା କପୁର। ସେତାଙ୍କ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଅଭିନେତ୍ରୀ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ବୟଫ୍ରେଣ୍ଡ ରାହୁଲ ମୋଦିଙ୍କ ସହ ଫଟୋ ସେୟାର କରନ୍ତି। ଉଭୟଙ୍କୁ ଅନେକ ଥର ସାର୍ବଜନୀନ କାର୍ଯ୍ୟକ୍ରମରେ ଏକାଠି ଦେଖାଯାଇଛି। ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ବିବାହ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ହେଲେ ଅଭିନେତ୍ରୀ ଜଣେ ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ଦେଇ ବିବାହ ଗୁଜବ ଉପରେ ମୁହଁ ଖୋଲିଛନ୍ତି। ଶ୍ରଦ୍ଧାଙ୍କ ଏହି ମଜାଳିଆ ଉତ୍ତର ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି।
ଶ୍ରଦ୍ଧା କପୁର ତାଙ୍କର ମଜାଳିଆ ଅନ୍ଦାଜ ପାଇଁ ବେଶ୍ ଜଣାଶୁଣା। ସେ ପ୍ରାୟତଃ ସୋସିଆଲ ମିଡିଆରେ ଏଭଳି କ୍ୟାପସନ ସହିତ ପୋଷ୍ଟ ସେୟାର କରନ୍ତି, ଯାହା ଲୋକଙ୍କୁ ମନୋରଞ୍ଜନ କରେ। ନିକଟରେ,ଅଭିନେତ୍ରୀ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ତାଙ୍କ ଜୁଏଲାରୀ କମ୍ପାନୀ,ପାଲମୋନାସ୍କୁ ପ୍ରମୋଟ୍ କରୁଛନ୍ତି। ସେହି ପୋଷ୍ଟରେ,ପ୍ରଶଂସକ ତାଙ୍କ ବିବାହ ବିଷୟରେ ପ୍ରଶ୍ନ ପଚାରିଥିଲେ। ପ୍ରଶଂସକ କମେଣ୍ଟ ଲେଖିଛନ୍ତି, “ତୁମେ କେବେ ବିବାହ କରିବ,ଶ୍ରଦ୍ଧା?”
ଶ୍ରଦ୍ଧା ଏହି ପ୍ରଶ୍ନର ଏକ ମଜାଦାର ଉତ୍ତର ଦେଇ କହିଥିଲେ ” ମୁଁ ବିବାହ କରିବି…ମାନେ କରିବି।” ଅଭିନେତ୍ରୀଙ୍କ ଏହି ଉତ୍ତର ଖୁବ୍ଭାଇରାଲ ହେଉଛି।ଶ୍ରଦ୍ଧାଙ୍କ ଏହି କମେଡିର ମଜାଦାର ଉତ୍ତର ପ୍ରଶଂସକମାନେ ପସନ୍ଦ କରୁଛନ୍ତି। ଏହା ମଧ୍ୟ ଅନୁମାନ କରୁଛନ୍ତି ଯେ ଶ୍ରଦ୍ଧା କପୁର ଏହି ବର୍ଷ ତାଙ୍କ ବୟଫ୍ରେଣ୍ଡ ରାହୁଲ ମୋଦିଙ୍କୁ ବିବାହ କରିପାରନ୍ତି।ହେଲେ ଏହି ବିଷୟରେ ଅଭିନେତ୍ରୀ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ କନଫର୍ମ କରି ନାହାଁନ୍ତି।
ଶ୍ରଦ୍ଧା କପୁର ବହୁତ ଦିନ ଧରି ଚଳଚ୍ଚିତ୍ର ଲେଖକ ଏବଂ ନିର୍ଦ୍ଦେଶକ ରାହୁଲ ମୋଦିଙ୍କୁ ଡେଟ୍ କରୁଛନ୍ତି। ରାହୁଲ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ସହିତ “ପ୍ୟାର କା ପଞ୍ଚନାମା 2”, “ସୋନୁ କେ ଟିଟୁ କି ସ୍ୱିଟି” ଏବଂ “ତୁ ଝୁଠି ମୈଁ ମକ୍କର” ଭଳି ଫିଲ୍ମରେ କାମ କରିଛନ୍ତି। ଶ୍ରଦ୍ଧା “ତୁ ଝୁଠି ମୈଁ ମକ୍କର” ନିର୍ମାଣ ସମୟରେ ରାହୁଲଙ୍କୁ ଭେଟିଥିଲେ ଏବଂ ସେବେଠାରୁ ଉଭୟଙ୍କୁ ଅନେକ କାର୍ଯ୍ୟକ୍ରମରେ ଏକାଠି ଦେଖାଯାଇଛି। ହେଲେସେମାନେ ଏପର୍ଯ୍ୟନ୍ତ ସେମାନଙ୍କର ସମ୍ପର୍କକୁ ଅଫିସିଆଲ କରିନାହାଁନ୍ତି।

hiranchal ad1
Leave A Reply

Your email address will not be published.

four × five =