ବେଙ୍ଗାଳୁରୁ: ଚାଲିଗଲେ ଅପ୍ପୁ ଓରଫ ପୁନିତ ରାଜକୁମାର। ଶୁକ୍ରବାର ତାଙ୍କ ଦେହାନ୍ତ ହୋଇଥିଲା। ରବିବାର ରାଜକୀୟ ସମ୍ମାନ ସହ ଅନ୍ତିତ ସଂସ୍କାର ସରିଛି। ତାଙ୍କ ଦେହାନ୍ତ ଖବରରେ ସାରା ରାଜ୍ୟର ଶୋକର ଛାୟା ଖେଳିଯାଇଛି। ଫ୍ୟାନ୍ମାନେ ତାଙ୍କ ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁ ନାହାନ୍ତି। ପୁନିତ ଜଣେ ଅଭିନେତା ହେବା ସହ ଥିଲେ ଜଣେ ପରପୋକାରୀ ବ୍ୟକ୍ତି। ସେ ଗୋଶାଳା, ଅନାଥାଳୟ ଏବଂ ଗିରଫ ପିଲାଙ୍କ ମାଗଣା ଶିକ୍ଷାର ଖର୍ଚ୍ଚ ଉଠାଉଥିଲେ। ପ୍ରାୟ ୧,୮୦୦ ଛାତ୍ରଛାତ୍ରୀଙ୍କ ଶିକ୍ଷା ଦାୟିତ୍ୱ ନେଇଥିଲେ ପୁନିତ। ଏବେ ଏହି ଦାୟିତ୍ୱ ନେବେ ସାଉଥ ସୁପରଷ୍ଟାର ବିଶାଲ। ଏନେଇ ସେ ନିଷ୍ପତି ନେଇଛନ୍ତି। ଏବେ ତାମିଲ ଅଭିନେତା ବିଶାଲ, ପୁନିତ ରାଜକୁମାରଙ୍କ ଅଧୁରା ସ୍ୱପ୍ନକୁ ପୂରା କରିବେ। ସେ ସେହି ୧୮୦୦ ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ନେବେ, ଯାହାଙ୍କ ଗତବର୍ଷ ଠାରୁ କନ୍ନଡ ଅଭିନେତା ପୁନିତ ରାଜକୁମାର ମାଗଣା ଶିକ୍ଷା ପାଇଁ ଦାୟିତ୍ୱ ନେଇଥିଲେ।