ସାଇନାଙ୍କୁ କ୍ଷମା ମାଗିଲେ ଅଭିନେତା ସିଦ୍ଧାର୍ଥ

0 84

ମୁମ୍ବାଇ : ମହାଙ୍ଗା ପଡ଼ିଲା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ କରିବା। ସୋସିଆଲ୍ ମିଡିଆରେ କଡା ବିରୋଧ ପରେ ସାଉଥ୍ ଫିଲ୍ମ ଅଭିନେତା ସିଦ୍ଧାର୍ଥ ତାଙ୍କୁ କ୍ଷମା ମାଗିଛନ୍ତି। ମଙ୍ଗଳବାର ରାତିରେ ସେ ଟ୍ୱିଟରରେ ଏକ  ପୋଷ୍ଟ କରି କ୍ଷମା ପ୍ରାର୍ଥନା କରିଛନ୍ତି।ସାଇନାଙ୍କ ଉପରେ ମନ୍ତବ୍ୟ ଦେଇ ବିବାଦ ମଧ୍ୟରେ ଘେରି ରହିଥିବା ସିଦ୍ଧାର୍ଥଙ୍କୁ ସୋସିଆଲ ମିଡିଆରେ ସମାଲୋଚନା କରାଯାଉଥିଲା। ଏମିତି କି ତାଙ୍କ ଟ୍ୱିଟ୍ ଆକାଉଣ୍ଟ ବନ୍ଦ କରିବାକୁ ଦାବି କରୁଛନ୍ତି। ମାମଲା ବଢୁଥିବା ଦେଖି ସିଦ୍ଧାର୍ଥ ସାଇନାଙ୍କୁ କ୍ଷମା ମାଗିଛନ୍ତି  ଏବଂ ପ୍ରଶଂସା ବି କରିଛନ୍ତି।

hiring

ସିଦ୍ଧାର୍ଥ ଟ୍ୱିଟ୍ କରି ଲେଖିଛନ୍ତି, “ପ୍ରିୟର ସାଇନା, ମୁଁ ଆପଣଙ୍କୁ ମୋର ଥଟ୍ଟା ପାଇଁ କ୍ଷମା ମାଗିବାକୁ ଚାହୁଁଛି। ଯାହା ମୁଁ ନିକଟରେ ଆପଣଙ୍କ ଗୋଟିଏ ଟ୍ୱିଟକୁ ନେଇ କହିଥିଲି। ମୁଁ ଆପଣଙ୍କର ଅନେକ କଥା ଉପରେ ଅସହମତ ହୋଇପାରେ।  କିନ୍ତୁ ଆପଣଙ୍କ ଟ୍ୱିଟରେ ଖରାପ ଶବ୍ଦ ବ୍ୟବହାର କରିବା ଉଚିତ୍‌ ନଥିଲା । କିନ୍ତୁ ମୁଁ ଏସବୁ ଥଟ୍ଟାରେ କହିଥିଲି,  ଯାହା ମୋତେ କରିବାର ନଥିଲା। ଆପଣଙ୍କୁ କଷ୍ଟ ଦେବା ମୋ ଉଦ୍ଦେଶ୍ୟ ନଥିଲା। ମୁଁ ମହିଳାଙ୍କ ଖୁବ୍‌ ସମ୍ମାନ କରେ। ” ଶେଷ ଧାଡିରେ ଅଭିନେତା ସାଇନାଙ୍କୁ ପ୍ରଶଂସା କରି ଲେଖିଛନ୍ତି- ‘’ଆପଣ ସବୁବେଳେ ମୋର ଚାମ୍ପିଅନ୍ ରହିବେ।‘’

ଏହି ଘଟଣା ଉପରେ ସାଇନା ନେହୱାଲଙ୍କ ବାପା ବି ନିଜର ଅସନ୍ତୁଷ୍ଟି ଜାହିର କରିଥିଲେ। ସାଇନା ବି ସିଦ୍ଧାର୍ଥଙ୍କ ଟୁଇଟ୍‌ ଉପରେ ଆପତ୍ତି ଉଠାଇ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ।

hiranchal ad1
Leave A Reply

Your email address will not be published.

1 + twelve =