ବିବାହ ତାରିଖ ବଦଳାଇଲେ ଆଲିଆ-ରଣବୀର

0 136

ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହର ପ୍ରକୃତ ତାରିଖକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି। ଆଲିଆଙ୍କ କିଛି ବନ୍ଧୁ ଏପ୍ରିଲ୍ ୧୪ରେ ଦୁହିଁଙ୍କ ବିବାହ ହେବ ବୋଲି କହିଥିବା ବେଳେ କିଛି ଏପ୍ରିଲ୍ ୧୫ ରେ ବିବାହ ହେବ ବୋଲି କହିଥିଲେ। ଏବେ ବିବାହ କାର୍ଯ୍ୟକ୍ରମର ସମସ୍ତ ସୂଚନା ସାମ୍ନାକୁ ଆସିବାରୁ ଆଲିଆ ଏବଂ ରଣବୀର ବିବାହ ତାରିଖ ବଦଳାଇଦେଇଥିବା ନେଇ ସୂଚନା ମିଳୁଛି। ବର୍ତ୍ତମାନ ଆଲିଆଙ୍କ ସାବତ ଭାଇ ରାହୁଲ ଭଟ୍ଟ ପ୍ରକାଶ କରିଛନ୍ତି ଯେ, ଦୁହେଁ ସେମାନଙ୍କ ବିବାହ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁହେଁ ପୂର୍ବରୁ ଏପ୍ରିଲ ୧୪ରେ ବିବାହ କରିବେ ବୋଲି ତାରିଖ ଠିକ କରିଥିଲେ। କିନ୍ତୁ ଗଣମାଧ୍ୟମରେ ଏନେଇ ସୂଚନା ଲିକ ହେବା ପରେ ଏବେ ଦୁହେଁ ତାରିଖ ଘୁଞ୍ଚାଇବାକୁ ମନସ୍ଥ କରିଛନ୍ତି। ହେ‌ଲେ ଏପ୍ରିଲ ୨୦ ମଧ୍ୟରେ ଦୁହିଁଙ୍କ ବିବାହ ହେବ।

hiranchal ad1
Leave A Reply

Your email address will not be published.

one + 9 =