ଏହି କୁଅଭ୍ୟାସ ପାଇଁ ଗାଳି ଶୁଣିଥିଲେ ରଙ୍ଗୀନ ପରଦାର ଭଗବାନ ଅରୁଣ

0 108

ମୁମ୍ବାଇ : ପୌରାଣିକ ସିରିଏଲ କିମ୍ବା ଫିଲ୍ମରେ ରାମଚନ୍ଦ୍ର,ଶ୍ରୀକୃଷ୍ଣ,ଲକ୍ଷ୍ମଣ,ଭରତ,ପିତାମହ ଭୀଷ୍ମ,କର୍ଣ୍ଣ ଭଳି ଚରିତ୍ରରେ ଅଭିନୟ କରୁଥିବା କଳାକାରମାନଙ୍କୁ ବହୁ ସଂଯମ ଓ ସାବଧାନତା ଅବଳମ୍ବନ କରିବାକୁ ପଡ଼ିଥାଏ । ସୁଟିଂ ସ୍ଥଳରେ କିମ୍ବା ଯେକୌଣସି ସର୍ବସାଧାରଣ ସ୍ଥଳରେ ଅର୍ଥାତ ବାସ୍ତବ ଜୀବନରେ ଶୁଦ୍ଧ ଆଚରଣ ଅନୁସରଣ କରିବାର ଆବଶ୍ୟକତା ଥାଏ । କାରଣ ସେତେବେଳେ ଜନତାଙ୍କ ଆଗରେ ସେମାନେ ଭଗବାନ ଭଳି ପ୍ରତୀୟମାନ ହୋଇଥାନ୍ତି । ବହୁଚର୍ଚ୍ଚିତ ଲୋକପ୍ରିୟ ଟିଭି ସିରିଏଲ “ରାମାୟଣ’ରେ ରାମଚନ୍ଦ୍ର ଭୂମିକାରେ ଅଭିନୟ କରୁଥିବା ଅରୁଣ ଗୋଭିଲ ସେତେବେଳେ ଘରେ ଘରେ ଏକ ପରିଚିତ ନାମ ଥିଲେ । ସେ ଯେଉଁଠିକୁ ଯାଉଥିଲେ ଲୋକେ ତାଙ୍କ ନିକଟକୁ ଛୁଟିଯାଉଥିଲେ ଏବଂ ତାଙ୍କ ପାଦ ଛୁଇଁ ମୁଣ୍ଡିଆ ମାରୁଥିଲେ । କାରଣ ଲୋକଙ୍କ ମନରେ ସେ ଥିଲେ ସାକ୍ଷାତ ଭଗବାନ । କେବଳ ରାମାୟଣ ନୁହେଁ,ସେ ଆହୁରି ବହୁ ପୌରାଣିକ ପିଲ୍ମରେ ମଧ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି । ତେବେ ରଙ୍ଗୀନ ପରଦାର ଏହି ଭଗବାନ ନିଜର ଏକ ଅଭ୍ୟାସ ପାଇଁ କେତେଜଣଙ୍କ ଠାରୁ ଭୀଷଣ ଗାଳି ଶୁଣିଥିଲେ । ଏହି ଘଟଣାଟି ଘଟିଥିଲା ଏକ ପୌରାଣିକ ତାମିଲ ପିଲ୍ମର ସୁଟିଂ ସମୟରେ । ସେହି ଫିଲ୍ମରେ ସେ ବାଳାଜୀ ତିରୁପତି ଚରିତ୍ରରେ ଅଭିନୟ କରୁଥିଲେ ଏବଂ ତାଙ୍କର ନାୟିକା ଥିଲେ ଭାନୁମତୀ । ସେତେବେଳେ ସେ ଚେନ-ସ୍ମୋକର ଥିଲେ । ବିନା ସିଗାରେଟରେ ରହିପାରୁନଥିଲେ । ତେଣୁ ସୁଟିଂ ବେଳେ ତାଙ୍କୁ ବହୁ ସମୟରେ ସିଗାରେଟ ଟାଣୁଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏହି ଅଭ୍ୟାସ ସ୍ଥାନୀୟ କିଛି ଲୋକଙ୍କ ଆଖିରେ ପଡ଼ିଗଲା । ଆଉ ସେମାନେ ଅରୁଣଙ୍କୁ ଏମିତି ଭର୍ତ୍ସନା କରିଥିଲେ ଯେ ଯାହାକୁ ସେ ଆଜି ପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି । ୨୦୨୦ରେ କପିଲ ଶର୍ମା ନାଇଟ ଶୋ’ରେ ଅରୁଣ ଏହିକଥା ପ୍ରକାଶ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 1 =