ଭିନ୍ନ ରୂପରେ ପରଦାକୁ ଆସିବେ ହାସ୍ୟାଭିନେତା ହରିହର

0 294

ଖୁବ୍ ଶୀଘ୍ର ଦର୍ଶକ ଓଡ଼ିଆ ସିନେମା ଜଗତର ଅନ୍ୟତମ ଲୋକପ୍ରିୟ ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ଭାଇଙ୍କୁ ଏକ ଭିନ୍ନ ’ଧରଣର ଗେଟଅପରେ ଦେଖିବାକୁ ପାଇବେ। ସନ୍ନ୍ୟାସୀ ପୋଷାକ ପିନ୍ଧି ଲଣ୍ଡିତ ମସ୍ତକରେ ସେ ଦର୍ଶକଙ୍କ ସାମନାକୁ ଆସିବେ। ତେବେ ଏଭଳି ରୂପ ପଛରେ କି କାରଣ ରହିଛି। ସେ ତ ଦର୍ଶକଙ୍କୁ ହସାଇବା କଥା। ତେବେ ହାସ୍ୟରସର ଏହା କ’ଣ ଆଉ ଏକ ଫର୍ମୁଲା ? ନା, ଆପଣମାନେ ଯାହା ଭାବୁଛନ୍ତି ଅସଲ କଥା ନୁହେଁ । ଏକ ଭିନ୍ନ ଧରଣର କାହାଣୀଟିଏ ପରିକଳ୍ପନା କରିଛନ୍ତି ହରିଭାଇ। କେବଳ ସେତିକି ନୁହେଁ, ଏହାକୁ ଆଧାର କରି ପ୍ରସ୍ତୁତ ହେବାକୁ ଯାଉଥିବା ଓଡ଼ିଆ ସିନେମାର ସେ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ତା’ସହ ଏହାର ନିର୍ଦ୍ଦେଶନା ମଧ୍ୟ ଦେବେ। ଏହି ନୂଆ ସିନେମାର ଟାଇଟଲ ରହିଛି ‘ଆଇ ଆମ କାଳିଆ’। ଏ ସମ୍ପର୍କରେ ହରି କହନ୍ତି, ‘‘ଗୋଟିଏ ପଟେ ଜଗନ୍ନାଥଙ୍କ ଭକ୍ତିରେ ସେ ନିଜକୁ ଲୀନ କରିଦେଇଛି। ସେପଟେ ଜଣେ ରୂପସୀ ପ୍ରେମରେ ପଡିଯାଇଛି। ଏଭଳି ଏକ ସମୟରେ ସେ ନିଜକୁ ଜଣେ ଭକ୍ତ ନା ସଚ୍ଚା ପ୍ରେମିକ ଭାବରେ ପ୍ରମାଣ କରିପାରୁଛି ତାହାକୁ ନେଇ ଡା. ମୋନାଲିସା ମହାପାତ୍ରଙ୍କ ରଚିତ କାହାଣୀ ଆଗେଇଛି।’ ଲି ବ୍ଲିସ ଏଣ୍ଟରଟେନମେଣ୍ଟ ବ୍ୟାନରରେ ଏହାର ପ୍ରଯୋଜନା କରିଛନ୍ତି ସୁବାସ ସାହୁ। ଗୀତଗୁଡିକୁ ସ୍ୱର ଦେଉଛନ୍ତି ଆଗଧାଡିର ସ୍ବର ସଂଯୋଜକ ବୈଦନାଥ ଦାଶ।

hiranchal ad1
Leave A Reply

Your email address will not be published.

5 + seventeen =