ଜାଣନ୍ତୁ,କଙ୍ଗନାଙ୍କ ଉପରେ କାହିଁକି ବର୍ଷିଲେ କୋର୍ଟ

0 58

ମୁମ୍ବାଇ: ସଙ୍ଗୀତକାର ଜାଭେଦ ଅଖତରଙ୍କ ଦ୍ୱାରା କଙ୍ଗନା ରଣାୱତଙ୍କ ବିରୋଧରେ ରୁଜୁ ହୋଇଥିବା ମାନହାନୀ କେସ୍‌ ମାମଲାରେ ତାଙ୍କ ଅଡୁଆ ଆହୁରି ବଢିଛି । କୋର୍ଟ କଙ୍ଗନାଙ୍କ ଉପରେ ଜୋରଦାର ବର୍ଷିଛନ୍ତି । ନିକଟରେ କଙ୍ଗନା ଆନ୍ଧେରି ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଶୁଣାଣି ସମୟରେ ତାଙ୍କୁ ହାଜର ହେବାକୁ ସ୍ଥାୟୀ ଛାଡ ଦିଆଯାଉ ବୋଲି ସେ ତାଙ୍କ ଆବେଦନରେ କହିଥିଲେ । ତେବେ କୋର୍ଟ କଙ୍ଗନାଙ୍କ ଏହି ଆବେଦନକୁ ଖାରଜ କରିଛନ୍ତି ଏବଂ ଏହି ଘଟଣାରେ ସ୍ଥାୟୀ ଛାଡ ପାଇଁ ଅଭିନେତ୍ରୀଙ୍କୁ ତାଗିଦ କରିଛନ୍ତି । କୋର୍ଟ କହିଛନ୍ତି, ଅଭିନେତ୍ରୀ ତାଙ୍କର ବୃତ୍ତିଗତ କାର୍ଯ୍ୟ ହେତୁ ବ୍ୟସ୍ତ ଥାଇପାରନ୍ତି, କିନ୍ତୁ ସେ ଭୁଲନ୍ତୁ ନି ଯେ ସେ ମଧ୍ୟ ଏହି ମାମଲାରେ ଜଣେ ଅଭିଯୁକ୍ତ । କଙ୍ଗନା ରଣାୱତ ମାତ୍ର ଦୁଇ ଥର ଏହି ମାମଲାରେ କୋର୍ଟରେ ହାଜର ହୋଇଛନ୍ତି । ପ୍ରଥମେ ଯେତେବେଳେ ଏହି ମାମଲା କୋର୍ଟରେ ପହଞ୍ଚିଲା ଏବଂ ଦ୍ୱିତୀୟରେ ଯେତେବେଳେ କଙ୍ଗନା ମାଜିଷ୍ଟ୍ରେଟଙ୍କୁ ପକ୍ଷପାତିତା କରୁଥିବା ଅଭିଯୋଗ ଆଣିଥିଲେ ।

hiranchal ad1
Leave A Reply

Your email address will not be published.

4 × 1 =