ବକ୍ସ ଅଫିସରେ ରେକର୍ଡ କରୁଛି ‘ପରମ ସୁନ୍ଦରୀ’

0 201

ମୁମ୍ବାଇ:ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ପରମ ସୁନ୍ଦରୀ’ ଅଗଷ୍ଟ ୨୯ରେ ରିଲିଜ୍ ହୋଇଛି । ଏହି ଫିଲ୍ମକୁ ଫ୍ୟାନ୍ସ ବେଶ୍ ପସନ୍ଦ ଆସିଛି । ଫିଲ୍ମରେ ସିଦ୍ଧାର୍ଥ ଓ ଜାହ୍ନବୀ କପୁରଙ୍କ କେମେଷ୍ଟ୍ରି ଲୋକଙ୍କ ମନ ଜିତିଛି।  ତେବେ ଫିଲ୍ମଟି ପ୍ରଥମ ଦିନରେ ୭ କୋଟିରୁ ଅଧିକ ଆୟ କରିଥିଲା। ତେବେ ବର୍ତ୍ତମାନ ଫିଲ୍ମଟି ୫ମ ଦିନରେ ପହଞ୍ଚିଥିବା ବେଳେ ଫିଲ୍ମର କଲେକ୍ସନ କେତେ ଜାଣନ୍ତୁ। 

hiring

ସାକନିକଙ୍କ ଅନୁସାରେ, ‘ପରମ ସୁନ୍ଦରୀ’ ପ୍ରଥମ ଦିନରେ ୭.୨୫ କୋଟି ସହ ଓପନିଂ କରିଥିଲା । ଏହା ପରେ ଦ୍ୱିତୀୟ ଦିନରେ ୯.୨୫ କୋଟି, ୩ୟ ଦିନରେ ୧୦.୨୫ କୋଟି ଆୟ କରିଥିଲା । ସେହିପରି ୪ର୍ଥ ଦିନରେ ୩.୨୫ କୋଟି ଓ ୫ମ ଦିନରେ ୪.୨୫ କୋଟି ଆୟ କରିଛି । ତେବେ ଫିଲ୍ମର ବର୍ତ୍ତମାନ ସୁଦ୍ଧା ମୋଟ୍ କଲେକ୍ସନ ୩୪.୨୫ କୋଟିକୁ ବୃଦ୍ଧି ପାଇଛି । ପ୍ରକାଶ ଥାଉକି,  ଫିଲ୍ମର କାହାଣୀ ଶାହାରୁଖ ଖାନ୍ ଓ ଦୀପିକା ପାଦୁକୋନଙ୍କ ‘ଚେନ୍ନାଇ ଏକ୍ସପ୍ରେସ’ ସହ ତୁଳନା କରାଯାଉଛି । ‘ପରମ ସୁନ୍ଦରୀ’ରେ ସିଦ୍ଧାର୍ଥ ଦିଲ୍ଲୀର ଜଣେ ଧନୀ କିମ୍ବା ଜଣେ ବଡ଼ ବ୍ୟବସାୟୀ ପରମ ଭୂମିକାରେ ଅଭିନୟ କରିଛନ୍ତି । ଅନ୍ୟପକ୍ଷରେ, ଜାହ୍ନବୀ ଜଣେ କେରଳର ଝିଅ  ଏବଂ ପେଶାରେ ଜଣେ କଳାକାର ଭାବେ ନଜିର ଆସିଛନ୍ତି । ଯିଏ ତାଙ୍କ ପରମ୍ପରା ଏବଂ ନୀତି ଉପରେ ଦୃଢ଼ । ତେବେ ମ୍ୟାଡକ୍ ଫିଲ୍ମସ୍, ପ୍ରଯୋଜକ ଦିନେଶ ବିଜନଙ୍କ ଦ୍ୱାରା ନିର୍ମିତ ହୋଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ତୁଷାର ଜଲୋଟ  ଦେଇଛନ୍ତି । 

hiranchal ad1
Leave A Reply

Your email address will not be published.

4 × four =