ବିୟୁଟି ଆସୋସିଏସନର ପ୍ରଶିକ୍ଷଣ ଶିବିର

0 122

କେନ୍ଦ୍ରାପଡା : ଗୋଟେ ନାରୀର କେଶ ହିଁ ତା ସୌନ୍ଦର୍ଯ୍ୟର ବହୁତ ବଡ଼ ଅଂଶ ହୋଇଥାଏ I ସେଇଥିପାଁଇ ତ କେଶକୁ ନେଇ କିଏ କେତେ ପ୍ରକାରର ଡିଜାଇନ କରିଥାନ୍ତି I ନିଜ କେଶର ଯତ୍ନ ପାଁଇ ବିୟୁଟି ପାର୍ଲର ଯିବାକୁ ପଡିଥାଏ ଆଉ ପାର୍ଲରର ବିୟୁଟିସିଆନ ମାନଙ୍କ ଦ୍ୱାରା କେଶକୁ ଅତ୍ୟାଧୁନିକ ମେସିନ ଦ୍ୱାରା ବିଭିନ୍ନ ପ୍ରକାରର ସଜ କରିଥାଏ ନାରୀଟିଏ ! ବିୟୁଟିସିଆନ ୱେଲଫେୟାର ଆସୋସିଏସନ କେନ୍ଦ୍ରାପଡ଼ା ତରଫରୁ ହୋଟେଲ ଗୋଲଡେନ ପ୍ୟାଲେସ ଠାରେ ହେୟାର ଷ୍ଟାଇଲ ଓ ହେୟାର ଡିଜାଇନ ଉପରେ ଏକ ଦିନିକିଆ ଟ୍ରେନିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଟ୍ରେନିଂ କ୍ୟାମ୍ପରେ ଅତିଥି ଟ୍ରେନର ଭାବେ ଡେନି ବିୟୁଟି ଏକାଡେମୀ ବାଲୁଗାଁର ରଞ୍ଜୁଵାଳା ପ୍ରଧାନ ଓ ତାଙ୍କର ଦୁଇଜଣ ସହକାରୀ ଟ୍ରେନର ଆୟୋଜିତ ଏହି ଟ୍ରେନିଂ କ୍ୟାମ୍ପରେ ଯୋଗଦେଇ ବିୟୁଟିସିଆନ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ I କେନ୍ଦ୍ରାପଡ଼ା ବିୟୁଟିସିଆନ ଆସୋସିଏସନରେ ପାଖାପାଖି ଦୁଇଶହରୁ ଉର୍ଦ୍ଧ ବିୟୁଟିପାର୍ଲର ଜଡିତ ଥିବା ବେଳେ ଆୟୋଜିତ ଏହି ହେୟାର ଡିଜାଇନ ଟ୍ରେନିଂ କ୍ୟାମ୍ପ ରେ କେନ୍ଦ୍ରାପଡ଼ା ସହରର ୩୫ରୁ ଉର୍ଦ୍ଧ ବିଉଟିସିଆନ ଯୋଗ ଦେଇଥିଲେ I କେନ୍ଦ୍ରାପଡ଼ା ବିୟୁଟିସିଆନ ଆସୋସିଏସନର ସଭାନେତ୍ରୀ ଜ୍ୟୋତ୍ରୀମୟୀ ମହାନ୍ତି ଓ ସମ୍ପାଦିକା ସବୁଜିମା ମହାନ୍ତି ଏହି ହେୟାର ଡିଜାଇନ ଟ୍ରେନିଂ କ୍ୟାମ୍ପକୁ ଆୟୋଜିତ କରିଥିବା ବେଳେ ଅନ୍ୟ ବିୟୁଟିସିଆନ ମାନଙ୍କ ମଧ୍ୟରେ ଝିଲ୍ଲୀ ଦାସ,ରଶ୍ମିରେଖା ବେହେରା, ରୋଜାଲିନ ବେଉରା, ଅନୁସୟା ମିଶ୍ର, ସୁଭାଷିନୀ ସିଂ, କାଜଲ ମହାକୁଡ଼, ଅନୁପମା ସୁତାର, ସରସ୍ବତୀ ସାହୁ,ବନିତା ବେହେରା ପ୍ରମୁଖ ଏହି ଟ୍ରେନିଂ କ୍ୟାମ୍ପ ପରିଚାଳନା ରେ ସହଯୋଗ କରିଥିଲେ I

hiranchal ad1
Leave A Reply

Your email address will not be published.

3 × two =