ଭାରତରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟାରେ ଆଦୌ ଉଲ୍ଲେଖନୀୟ ହ୍ରାସ ଘଟୁନାହିଁ । ଗତ ଦଶ/ବାରଦିନ ଧରି ନିୟମିତ ଭାବେ ପ୍ରତିଦିନ ଅଠର ହଜାରରୁ ଅଧିକ ନୂଆ ରୋଗୀ ବାହାରୁଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୯ ହଜାର ୧୪୮ ଜଣ ଆକ୍ରାନ୍ତ ହୋଇଛନ୍ତି । ଏହାକୁ ମିଶାଇ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୬ ଲକ୍ଷ ୪ ହଜାର ୬୪୧ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୪୩୪ଜଣଙ୍କର ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁସଂଖ୍ୟା ୧୭ ହଜାର ୮୩୪ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୫ ହଜାର ୯୮୯କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୯୩ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୧୨ ଜଣ, ବିହାରରେ ୭୦ ଜଣ, ଚଣ୍ଡିଗଡରେ ୬ ଜଣ, ଛତିଶଗଡରେ ୧୪ ଜଣ, ଦିଲ୍ଲୀରେ ୨୮୦୩ ଜଣ, ଗୋଆରେ ୪ ଜଣ, ଗୁଜରାଟରେ ୧୮୬୭ ଜଣ, ହରିୟାଣାରେ ୨୪୦ ଜଣ, ହିମାଚଳ ପ୍ରଦେଶରେ ୧୦ ଜଣ, ଜମ୍ମୁ ଓ କଶ୍ମୀରରେ ୧୦୫ ଜଣ, ଝାଡଖଣ୍ଡରେ ୧୫ ଜଣ, କର୍ଣ୍ଣାଟକରେ ୨୫୩ ଜଣ, କେରଳରେ ୨୪ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୮୧ ଜଣ, ମହାରାଷ୍ଟ୍ରରେ ୮୦୫୩ ଜଣ, ମେଘାଳୟରେ ୧ ଜଣ, ଓଡିଶାରେ ୨୫ ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୪୯ ଜଣ, ରାଜସ୍ଥାନରେ ୪୨୧ ଜଣ, ତାମିଲନାଡୁରେ ୧୨୬୪ ଜଣ, ତେଲେଙ୍ଗାନାରେ ୨୬୭ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୧ ଜଣ, ଉତ୍ତରପ୍ରଦେଶରେ ୭୧୮ ଜଣ ଏବଂ ପଶ୍ଚମବଙ୍ଗରେ ୬୮୩ ଜଣ ।
Sign in
Sign in
Recover your password.
A password will be e-mailed to you.