ମୁମ୍ବାଇ: ମନ୍ଥନ ଓ ଅଙ୍କୁର ଭଳି ଚମତ୍କାର କଳାତ୍ମକ ସିନେମା ପାଇଁ ଜଣାଶୁଣା ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଶ୍ୟାମ ବେନେଗାଲଙ୍କ ପରଲୋକ ହୋଇଯାଇଛି । ସନ୍ଧ୍ୟା ୬ଟା ୩୯ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କୁ ୯୦ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ମଧ୍ୟ ବିଭିନ୍ନ ଚଳଚ୍ଚିତ୍ର ପ୍ରକଳ୍ପରେ କାମ ଜାରିରିଥିଲେ । ଶ୍ୟାମ ବେନେଗାଲଙ୍କ ଚଳଚ୍ଚିତ୍ର ୮ଟି ଜାତୀୟ ପୁରସ୍କାର ଜିତିଥିଲା । ସେ ଜୁବେଇଦା,ଦ ମେକିଂ ଅଫ୍ ଦି ମହାତ୍ମା,ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଦି ଫରଗଟେନ ହିରୋ, ମଣ୍ଡି, ଅରୋହନ, ୱେଲକମ ଟୁ ସଜ୍ଜନପୁର ଭଳି ଅନେକ ମହାନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ବେନେଗାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ମିଳିଛି । ଶ୍ୟାମ ବେନେଗାଲଙ୍କ ଝିଅ ପିଆ ବେନେଗାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ଶ୍ୟାମଙ୍କର ଆଜି ସନ୍ଧ୍ୟା ୬.୩୮ ରେ ମୁମ୍ବାଇ ସେଣ୍ଟ୍ରାଲର ୱାକାର୍ଟ ହସ୍ପିଟାଲରେ ଦେହାନ୍ତ ହୋଇଛି । ପିଆ ବେନେଗାଲ କହିଛନ୍ତି ଯେ ତାଙ୍କ ପିତା ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡ଼ିତ ଥିଲେ ଏବଂ ସେ ଏହି ରୋଗର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ । ଶ୍ୟାମ ବେନେଗଲଙ୍କୁ ୯୦ ବର୍ଷ ହୋଇଥିଲା । ଖୁବଶୀଘ୍ର ଅନ୍ତିମ ସଂସ୍କାର ସମୟରେ ନିଷ୍ପତ୍ତି ନିଆଯିବ । କିଛିଦିନ ତଳେ ଶ୍ୟାମ ବେନେଗାଲ ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କର ଉଭୟ କିଡନୀ ଫେଲ୍ ହୋଇଯାଇଛି ଏବଂ ସେ ଘରେ ଡାଏଲିସିସ୍ ଚାଲିଥିଲା । ଶ୍ୟାମ ବେନେଗାଲଙ୍କ ଚଳଚ୍ଚିତ୍ର ୮ଟି ଜାତୀୟ ପୁରସ୍କାର ଜିତିଥିଲା । ସେ ଜୁବେଇଦା, ଦ ମେକିଂ ଅଫ୍ ଦି ମହାତ୍ମା,ନେତାଜୀ ସୁଭାଷ ଚନ୍ଦ୍ର ବୋଷ: ଦି ଫରଗଟେନ ହିରୋ, ମଣ୍ଡି, ଅରୋହନ, ୱେଲକମ ଟୁ ସଜ୍ଜନପୁର ଭଳି ଅନେକ ମହାନ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ବେନେଗାଲଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ମଧ୍ୟ ମିଳିଛି ।