ନୌସେନାରେ ସାମିଲ ହେଲା ଆଇଏନଏସ୍‌ ବିକ୍ରାନ୍ତ

0 71

କୋଚି: ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା । ଆଜି ଭାରତୀୟ ନୌସେନାରେ ସାମିଲ ହୋଇଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍‌ଏସ୍‌ ବିକ୍ରାନ୍ତ । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି । ଏଥିପାଇଁ କେରଳର କୋଚି ଠାରା ଥିବା ନୌସେନା ବେସ୍‌ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନିର୍ମିତ ହୋଇଥିବା ସବୁଠାରୁ ବଡ ଏୟାରକ୍ରାଫ୍ଟ କ୍ୟାରିଅରକୁ ଭାରତୀୟ ନୌସେନାକୁ ଭେଟି ଦେଇଛନ୍ତି । ଏଡି ଅବସରରେ ସେ କହିଥିଲେ ଯେ ଭାରତ ଆଜି ପ୍ରତିରକ୍ଷା କ୍ଷେତ୍ରରେ ଏକ ବିରାଟ ସଫଳତା ହାସଲ କରିଛି । ନିଜସ୍ୱ ଜ୍ଞାନକୌଶଳରେ ଭାରତ ଅନେକ କିଛି ନିର୍ମାଣ କରିପାରିବ । ଏବେ ସବୁ କଥାରେ ଅନ୍ୟ ଉପରେ ନିର୍ଭର କରିବାର ଯୁଗ ଶେଷ ହୋଇଛି ବୋଲି କହିଛନ୍ତି । ଏଥିସହ ସେ କୋଚି ଶିପୟାର୍ଡରେ ନୌସେନାର ନୂଆ ବ୍ୟାଜର ଉନ୍ମୋଚନ କରିଛନ୍ତି । ଆଇଏନଏସ୍‌ ବିକ୍ରାନ୍ତର ଜଳାବତରଣ ଓ ବ୍ୟାଜ୍‌ ଉନ୍ମୋଚନରେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ,କେରଳ ରାଜ୍ୟପାଳ ଆରିଫ ମହମ୍ମଦ, କେରଳ ମୁଖ୍ୟମନ୍ତ୍ରୀ ପନରାୟୀ ବିଜୟନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହିଥିଲେ । ଏହି ଜାହାଜର ଓଜନ ୪୫ ହଜାର ଟନ । ଯୁଦ୍ଧ ଜାହାଜକୁ ତିଆରି ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାର ଘଣ୍ଟାପ୍ରତି ବେଗ ୫୨ କିମି । ଦୀର୍ଘ ୧ ବର୍ଷ ଧରି ସମୁଦ୍ର ମଧ୍ୟରେ ଏହା ଟ୍ରାଏଲ କରାଯିବା ପରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଏହାର ଲମ୍ବ ୨୬୨ ମିଟର,ଉଚ୍ଚତା ୫୯ ମିଟର ଓ ଚଉଡା ୬୨ ମିଟର । ଆଇଏନଏସ୍‌ ବିକ୍ରମାଦିତ୍ୟ ପରେ ଏହା ଦେଶରେ ନିର୍ମାଣ ହୋଇଥିବା ୨ୟ ଯୁଦ୍ଧ ଜାହାଜ । ଦୁଇଟି ଫୁଟବଲ ପଡିଆ ଯେତିକି ବଡ, ଏହି ଯୁଦ୍ଧ ଜାହାଜ ଏଣ୍ଡ ଟୁ ଏଣ୍ଡ ସେତିକି ବଡ । ଏହାର ଉଚ୍‌ଚତା ମଧ୍ୟ ୧୮ଟି ଫ୍‌ଲୋର ସହ ସମାନ । ଏହାର ହ୍ୟାଙ୍ଗରର ଆକାର ଠିକ୍‌ ଦୁଇଟି ଅଲିମ୍ପିକ୍ସ ପୁଲର ସାଇଜ ଭଳି । ପ୍ରାଥମିକ ଅବସ୍ଥାରେ ମିଗ୍‌ ଯୁଦ୍ଧ ବିମାନ ଓ ହେଲିକପ୍ଟରକୁ ଏହା ପରିବହନ କରିବ । ପରବର୍ତ୍ତୀ ଅବସ୍ଥାରେ ନୌସେନା ଆଭିଏସନ ଟ୍ରାଏଲ ଆରମ୍ଭ କରିବ । ଆଇଏନଏସ୍‌ ବିକ୍ରାନ୍ତ ୧୬ ଶହ କ୍ରୁ, ୩୦ଟି ଫାଇଟର ଜେଟ୍‌ ଓ ଏକାଧିକ ହେଲିକପ୍ଟରକୁ ପରବିହନ କରିବାର କ୍ଷମତା ରଖିଛି । ମିଗ୍‌-୨୯କେ, କାମୋଭ-୩୧ ଏବଂ ଏମ୍‌ଏଚ୍‌-୬୦ ଆର୍‌ ଭଳି ଯୁଦ୍ଧରେ ନିପୁଣ ଜେଟ ଏଥିରେ ମୁତୟନ ହେବେ । ଯୁଦ୍ଧ ଜାହାଜରେ ଥରେ ଇନ୍ଧନ ଭରିଲେ ଏହା ସମୁଦ୍ରରେ ସାଢେ ୭ ହଜାର ମାଇଲ୍‌ ଦୂରତା ଅତିକ୍ରମ କରିପାରିବ । ଜାହାଜରେ ଏମିତି ଏକ ମିସିନ ଲାଗିଛି, ଯେଉଁଥିରେ ଥରକେ ୩ ହଜାର ରୁଟି ବାହାରିବ । ଏହାକୁ ତିଆରି କରିବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଛି । ଜାହାଜରେ ୧୬ ବେଡ ବିଶିଷ୍ଟ ହସ୍ପିଟାଲ, ୨୫୦ ତୈଳ ଟ୍ୟାଙ୍କର ଓ ୨୪ ଶହ କମ୍ପାର୍ଟମେଣ୍ଟ ରହିଛି ।

hiranchal ad1
Leave A Reply

Your email address will not be published.

seven − 3 =