ଇସ୍ରାଏଲରେ କ୍ଷମତା ରାଜନୀତି : ଶେଷ ହେବ ନେତାନ୍ୟାହୁ ଯୁଗ, ବେନେଟ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

0 93

ଇସ୍ରାଏଲରେ ଚାଲିଥିବା କ୍ଷମତା ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ୮ ବିରୋଧୀ ଦଳଙ୍କ ମଧ୍ୟ ଗଠବନ୍ଧନ ହୋଇଛି । ଫଳରେ ୧୨ ବର୍ଷ ଧରି କ୍ଷମତାରେ ଥିବା ସରକାର ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପଦ ଯିବା ଥୟ ହୋଇଯାଇଛି । ମାର୍ଚ୍ଚରେ ଅନୁଷ୍ଠିତ ନିର୍ବାଚନରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ଛୁଇଁ ପାରି ନଥିଲା ।
ଏକକ ବୃହତ୍ତମ ଦଳର ନେତା ହୋଇଥିବାରୁ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ପରେ ତାଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ସୁଯୋଗ ଦିଆଯାଇଥିଲା କିନ୍ତୁ ତାହା ସେ କରିପାରିନଥିଲେ । ଏହା ପରେ ଦ୍ୱିତୀୟ ବୃହତ ଦଳ ଏବଂ ସେମାନଙ୍କ ସହଯୋଗୀଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଏଥିପାଇଁ ତାଙ୍କୁ ଜୁନ୍ ୨, ବୁଧବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କୁହାଯାଇଥିଲା ।
ଏହି ସମୟସୀମା ଶେଷ ହେବାର ମାତ୍ର ୩୮ ମିନିଟ୍ ପୂର୍ବରୁ ବିରୋଧୀ ଦଳର ନେତା ୟେର ଲେପିଡ ସରକାର ଗଠନ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ଆଠ ବିରୋଧୀ ଦଳ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ବର୍ତ୍ତମାନ ସେ ସରକାର ଗଠନ କରିବେ । ମିଳିତ ମଞ୍ଚର ସମ୍ମତି ସମ୍ପର୍କରେ ସେ ରାଷ୍ଟ୍ରପତି ରେଭେନ୍ ରିଭଲିନ୍‌ଙ୍କୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ଗୃହରେ ଭୋଟ୍ ଦେବା ପରେ ସରକାର ଶପଥ ଗ୍ରହଣ କରିପାରିବେ ।
ବିରୋଧୀ ଦଳଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ବର୍ତ୍ତମାନ ଉଭୟ ଦଳର ନେତା ପ୍ରଧାନମନ୍ତ୍ରୀ ହେବେ । ଦକ୍ଷିଣପନ୍ଥୀ ୟାମିନା ପାର୍ଟିର ନେତା ନାଫ୍ଟାଲି ବେନେଟ ପ୍ରଥମେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ସେ ୨୦୨୩ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ଏହା ପରେ ୟେଶ ଆଟିଡ ଦଳର ୟେର ଲେପିଡ ପ୍ରଧାନମନ୍ତ୍ରୀ ହେବେ । ଇସ୍ରାଏଲରେ କ୍ଷମତା ରାଜନୀତି : ଶେଷ ହେବ ନେତାନ୍ୟାହୁ ଯୁଗ, ବେନେଟ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ
ଇସ୍ରାଏଲରେ ଚାଲିଥିବା କ୍ଷମତା ରାଜନୀତିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ୮ ବିରୋଧୀ ଦଳଙ୍କ ମଧ୍ୟ ଗଠବନ୍ଧନ ହୋଇଛି । ଫଳରେ ୧୨ ବର୍ଷ ଧରି କ୍ଷମତାରେ ଥିବା ସରକାର ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପଦ ଯିବା ଥୟ ହୋଇଯାଇଛି । ମାର୍ଚ୍ଚରେ ଅନୁଷ୍ଠିତ ନିର୍ବାଚନରେ ତାଙ୍କ ଦଳ ସଂଖ୍ୟାଗରିଷ୍ଠତା ଛୁଇଁ ପାରି ନଥିଲା ।
ଏକକ ବୃହତ୍ତମ ଦଳର ନେତା ହୋଇଥିବାରୁ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ପରେ ତାଙ୍କୁ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ସୁଯୋଗ ଦିଆଯାଇଥିଲା କିନ୍ତୁ ତାହା ସେ କରିପାରିନଥିଲେ । ଏହା ପରେ ଦ୍ୱିତୀୟ ବୃହତ ଦଳ ଏବଂ ସେମାନଙ୍କ ସହଯୋଗୀଙ୍କୁ ସରକାର ଗଠନ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଏଥିପାଇଁ ତାଙ୍କୁ ଜୁନ୍ ୨, ବୁଧବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ କୁହାଯାଇଥିଲା ।
ଏହି ସମୟସୀମା ଶେଷ ହେବାର ମାତ୍ର ୩୮ ମିନିଟ୍ ପୂର୍ବରୁ ବିରୋଧୀ ଦଳର ନେତା ୟେର ଲେପିଡ ସରକାର ଗଠନ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ଆଠ ବିରୋଧୀ ଦଳ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ବର୍ତ୍ତମାନ ସେ ସରକାର ଗଠନ କରିବେ । ମିଳିତ ମଞ୍ଚର ସମ୍ମତି ସମ୍ପର୍କରେ ସେ ରାଷ୍ଟ୍ରପତି ରେଭେନ୍ ରିଭଲିନ୍‌ଙ୍କୁ ସୂଚନା ଦେଇଛନ୍ତି । ବର୍ତ୍ତମାନ ଗୃହରେ ଭୋଟ୍ ଦେବା ପରେ ସରକାର ଶପଥ ଗ୍ରହଣ କରିପାରିବେ ।
ବିରୋଧୀ ଦଳଙ୍କ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ ବର୍ତ୍ତମାନ ଉଭୟ ଦଳର ନେତା ପ୍ରଧାନମନ୍ତ୍ରୀ ହେବେ । ଦକ୍ଷିଣପନ୍ଥୀ ୟାମିନା ପାର୍ଟିର ନେତା ନାଫ୍ଟାଲି ବେନେଟ ପ୍ରଥମେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ସେ ୨୦୨୩ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ । ଏହା ପରେ ୟେଶ ଆଟିଡ ଦଳର ୟେର ଲେପିଡ ପ୍ରଧାନମନ୍ତ୍ରୀ ହେବେ ।

hiranchal ad1
Leave A Reply

Your email address will not be published.

11 + three =