କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାୱତଙ୍କୁ କରୋନା

0 82

ନୂଆଦିଲ୍ଲୀ: ପୁଣି ଜଣେ କେନ୍ଦ୍ରମନ୍ତ୍ରୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି । ସେ ହେଉଛନ୍ତି କେନ୍ଦ୍ର ଜଳଶକ୍ତି ବିଭାଗ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ଆକ୍ରାନ୍ତ ହୋଇଥିବା ବିଷୟ ମନ୍ତ୍ରୀ ନିଜେ ଟ୍ୱିଟ୍‌ କରି ଜଣାଇଛନ୍ତି । ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅମିତ୍‌ ଶାହ ଏହି ଭାଇରସରେ ସଂକ୍ରମିତ ହୋଇସାରିଛନ୍ତି । ଏବେବି ଅମିତ୍‌ ଶାହ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି ।
ଶେଖାୱତ ଟ୍ୱିଟ୍‌ କରି ଜଣାଇଛନ୍ତି ଯେ, ଅସୁସ୍ଥତାର କିଛି ଲକ୍ଷଣ ଅନୁଭବ କରିବା ପରେ ସ୍ୱାବ ନମୂନା ଯେଷ୍ଟ କରାଇଥିଲି । ତାହାର ରିପୋର୍ଟ ପଜିଟିଭ୍‌ ଆସିଥିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ମଧ୍ୟ ନିଜକୁ ଆଇସୋଲେସନରେ ରଖିବା ସହ ନିଜର ନମୂନା ପରୀକ୍ଷା କରାଇ ନିଅନ୍ତୁ ବୋଲି ମନ୍ତ୍ରୀ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + 14 =