ଦେଶରେ ରେକଡର଼୍ ଭାଙ୍ଗୁଛି କରୋନା: ଦିନକରେ ସର୍ବାଧିକ ୨୪ ହଜାରରୁ ଅଧିକ ଆକ୍ରାନ୍ତ

0 61

ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ସ୍ଥିତି ଏବେ ଆହୁରି ସାଙ୍ଘାତିକ ହୋଇଛି । ଏହା ୨୪ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମୋଟ ୨୪ ହଜାର ୮୫୦ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୭୩ ହଜାର ୧୬୫ରେ ପହଞ୍ଚିଛି । ସେହିପରି, ଦିନକରେ ରେକଡର଼୍ ୬୧୩ଜଣଙ୍କର ମୃତ୍ୟୁ ଗଟିଛି । ଏହାପରେ ମୃତ୍ୟୁସଂଖ୍ୟା ୧୯ ହଜାର ୨୩୮କୁ ବୃଦ୍ଧି ପାଇଛି । ତେବେ ଆରୋଗ୍ୟ ହାର ମଧ୍ୟ ବଢ଼ୁଛି । ଏହା ଚାରି ଲକ୍ଷ ୯ ହଜାର ୮୨କୁ ବୃଦ୍ଧି ପାଇ ୬୦.୮୦ ପ୍ରତିଶତରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଏହି ସୂଚନା ଦେଇଛି ।
ଆଇସିଏମ୍ଆର ତଥ୍ୟ ଅନୁଯାୟୀ ଦେଶରେ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ୯୫ ଲକ୍ଷ ୪୦ ହଜାର ୧୩୨ ନମୁନା ପରୀକ୍ଷା କରାଯାଇଛି ।ଗତକାଲି ୨ ଲକ୍ଷ ୪୨ ହଜାର ୩୮୩ ନମୁନା ଟେଷ୍ଟ୍ ହୋଇଛି । ଜୁନ୍ ୧ ତାରିଖରୁ ଏଯାବତ୍ ଦେଶରେ ୪ ଲକ୍ଷ ୫୭ ହଜାର ୭୮୦ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ଗତ କିଛି ଦିନ ମଧ୍ୟରେ ଦକ୍ଷିଣ ଭାରତରେ ସଂକ୍ରମଣ ବଢ଼ି ଚାଲିଛି । ଦକ୍ଷିଣ ଭାରତରେ ୪ଟି ରାଜ୍ୟ ତଥା ତାମିଲନାଡୁ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ଲଗାତାର ସଂକ୍ରମଣ ବଢ଼ଛି ।
ଉକ୍ତ ୪ଟି ରାଜ୍ୟରେ ଜାତୀୟ ହାରାହାରିଠାରୁ ମଧ୍ୟ ସଂକ୍ରମଣ ଅଧିକ ରହୁଛି । ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ଅଧିକ ରହୁଥିଲେ ମଧ୍ୟ ଏହାର ଦୈନିକ ସଂକ୍ରମଣ ମାମଲା ଏବେ କମ୍ ରହିଛି । କିନ୍ତୁ ଏହି ୪ ଦକ୍ଷିଣ ରାଜ୍ୟରେ ସଂକ୍ରମଣ ବୃଦ୍ଧିହାର ଅଧିକ ରହୁଛି । ଗତ ଗୋଟିଏ ସପ୍ତାହ ମଧ୍ୟରେ ତାମିଲନାଡୁ ୨୮ ହଜାରରୁ ଅଧିକ ମାମଲା ଦେଖିଛି । ରାଜ୍ୟରେ ମୋଟ୍ ସଂକ୍ରମଣ ମାମଲା ଶୁକ୍ରବାରଦିନ ୧ ଲକ୍ଷ ଟପିଯାଇଛି । କର୍ଣ୍ଣାଟକ, ତେଲେଙ୍ଗାନାରେ ମଧ୍ୟ ସଂକ୍ରମଣ ବଢ଼ି ଚାଲିଛି । ଆନ୍ଧ୍ରପ୍ରଦେଶ ମଧ୍ୟ ଗତ କିଛି ଦିନ ଧରି ଏଥିରେ ସାମିଲ ହୋଇଛି । ଆନ୍ଧ୍ରପ୍ରଦେଶରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ୫,୫୦୦ ମାମଲା ଚିହ୍ନଟ ହୋଇଛି । ତେବେ କେବଳ କେରଳରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି । କିନ୍ତୁ ଗତ କିଛି ଦିନ ଧରି କେରଳରେ ସଂକ୍ରମଣ ମାମଲା ଅଧିକ ରହୁଛି । ରାଜ୍ୟରେ ଗତ ଗୋଟିଏ ସପ୍ତାହ ମଧ୍ୟରେ ୧ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି । କିନ୍ତୁ ଜାତୀୟ ହାରାହାରିଠାରୁ କେରଳରେ ବି ସଂକ୍ରମଣ ବୃଦ୍ଧିହାର ଅଧିକ ରହୁଛି । ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ହଜାରରେ ପହଞ୍ଚିବ ।

hiranchal ad1
Leave A Reply

Your email address will not be published.

2 + 5 =