ବିଶ୍ୱର ପ୍ରଥମ କରୋନା ଟିକା ନେଲେ ପୁଟିନ୍‌ଙ୍କ ଝିଅ

0 137

ମସ୍କୋ: କରୋନା ସଂକ୍ରମଣର ମୁକାବିଲା ପାଇଁ ଟିକା ପ୍ରସ୍ତୁତି କ୍ଷେତ୍ରରେ ଋଷିଆ ଇତିହାସ ରଚିଛି । ଋଷିଆ ବିଶ୍ୱର ପ୍ରଥମ ଟିକା ପ୍ରସ୍ତୁତ କରିବା ସହ ଏହାର ପଞ୍ଜିକରଣ କରିଛି । କେବଳ ସେତିକି ନୁହେଁ, ଏହି ଟିକାକୁ ମଣିଷ ଦେହରେ ପ୍ରୟୋଗ କରାଯାଇଛି । ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ଝିଅଙ୍କଠାରେ ଏହି ଟିକା ପ୍ରଥମେ ପ୍ରୟୋଗ କରାଯାଇଛି । ଟିକା ପରୀକ୍ଷଣ ସଫଳ ହୋଇଛି ବୋଲି କୁହାଯାଇଛି ।
ଏହି ଟିକା ମସ୍କୋର ଗାମେଲିଆ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଛି । ମଙ୍ଗଳବାର ଋଷର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଟିକାକୁ ସଫଳ ବୋଲି କହିଛି । ଏହା ସହ ଭ୍ଲାଦିମର ପୁଟିନ ଘୋଷଣା କରିଛନ୍ତି ଯେ, ଖୁବ୍‌ ଶୀଘ୍ର ଋଷରେ ଏହି ଟିକା ଉତ୍ପାଦନ ଆରମ୍ଭ ହେବ ଏବଂ ବହୁ ସଂଖ୍ୟକ ଟିକା ପ୍ରସ୍ତୁତ କରାଯିବ । ଭ୍ଲାଦିମିର ପୁଟିନ୍‌ କହିଛନ୍ତି ଯେ, ତାଙ୍କ ଝିଅ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ଫଳରେ ତାଙ୍କୁ ଏହି ଟିକା ଦିଆଯାଇଛି । ଟିକା ଦିଆଯିବାର ଅଳ୍ପ ସମୟ ପରେ ତାଙ୍କ ଶରୀରର ତାପମାତ୍ର ବଢିଯାଇଥିଲା । ମାତ୍ର ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ସେହିଭଳି ଭାରତରେ କରୋନା ଟିକା ପରୀକ୍ଷଣ କରୁଥିବା କମ୍ପାନି ଭାରତ ବାୟୋଟେକର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡ. କ୍ରିଷ୍ଣା ଇଲା କହିଛନ୍ତି ଯେ ତାଙ୍କ କମ୍ପାନି ବଜାରକୁ ଟିକା ଛାଡିବାକୁ ତରବର ହେବ ନାହିଁ । କାରଣ ଟିକାର ଗୁଣବତ୍ତା ଓ ନିରାପତ୍ତା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ, ଭାରତରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିଚାଲିଥିବାରୁ ଯଥାଶୀଘ୍ର ଟିକା ପ୍ରସ୍ତୁତ କରିବାକୁ କମ୍ପାନି ଉପରେ ଚାପ ରହିଛି । କିନ୍ତୁ ଏକ ଭୁଲ ଟିକା ବଜାରକୁ ଛାଡି କରୋନା ଅପେକ୍ଷା ଅଧିକ ଲୋକ ମାରିବାକୁ ସେ ଚାହାନ୍ତି ନାହିଁ ବୋଲି କହିଛନ୍ତି । ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ଏହି ଟିକା ପ୍ରସ୍ତୁତ କରୁଛି । ଏହି ଟିକାର ଏବେ ୨ୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ପରୀକ୍ଷଣ ପାଇଁ ଆଇସିଏମଆର ପକ୍ଷରୁ ୧୨ଟି ପ୍ରତିଷ୍ଠାନକୁ ବଛାଯାଇଛି । ଏହା ମଧ୍ୟରେ ଓଡିଶାର ସମ ହସପିଟାଲ ରହିଛି ।
ଗତ ୨୫ ତାରିଖ ଦିନ ଦିଲ୍ଲୀର ଏମ୍ସଠାରେ ଏହି ଟିକାର ପ୍ରଥମ ମାନବ ପରୀକ୍ଷଣ ଆରମ୍ଭ ହୋଇଥିଲା । ସେହିପରି ଓଡିଶାରେ ଜୁଲାଇ ୨୭ରେ ସମ ହସ୍ପିିଟାଲରେ ଏହାର ପରୀକ୍ଷଣ ଆରମ୍ଭ ହୋଇଥିଲା । ସାରା ଦେଶରେ ପ୍ରାୟ ୩୫୦୦ ଲୋକଙ୍କ ଶରୀରରେ ଏହାର ପରୀକ୍ଷା କରାଯାଉଛି । ଭାରତରେ ଆଉ ଏକ ଫାର୍ମା କମ୍ପାନି ଜାଇଡସ କାଡିଲା ମଧ୍ୟ ଏକ କରୋନା ଟିକାର ପରୀକ୍ଷଣ କରୁଛି । ଏହି ଟିକାର ନାଁ ହେଉଛି ଜାଇକୋଭ-ଡି ।

hiranchal ad1
Leave A Reply

Your email address will not be published.

one × 3 =