ସତ୍ୟପାଲ ମଲ୍ଲିକ ମେଘାଳୟ ରାଜ୍ୟପାଳ ନିଯୁକ୍ତ

0 83

ନୂଆଦିଲ୍ଲୀ : ଗୋଆର ବର୍ତ୍ତମାନର ରାଜ୍ୟପାଳ ସତ୍ୟପାଲ୍‌ ମଲ୍ଲିକଙ୍କୁ ମେଘାଳୟର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି । ଏ ନେଇ ଆଜି ରାଷ୍ଟ୍ରପତିଭବନରୁ ବିଜ୍ଞପ୍ତି ଜାରି କରାଯାଇଛି । ଉତ୍ତରପୂର୍ବ ରାଜ୍ୟ ମେଘାଳୟର ରାଜ୍ୟପାଳ ଥିବା ତଥାଗତ ରାୟ ନିଜର ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂର୍ଣ୍ଣ କରି ସାରିଥିବାରୁ ମଲିକ ପରବର୍ତ୍ତୀ ରାଜ୍ୟପାଳ ଭାବେ ତାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାୟ ତ୍ରିପୁରାରେ ତିନି ବର୍ଷ ଓ ବାକି ସମୟ ମେଘାଳୟର ରାଜ୍ୟପାଳ ଭାବେ ଅଧିଷ୍ଠିତ ହୋଇଥିଲେ । ମଲିକ ମଧ୍ୟ ଅଗଷ୍ଟ ୨୦୧୮ରୁ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀରର ରାଜ୍ୟପାଳ ଥିଲେ । ପାର୍ଲାମେଣ୍ଟରେ ଜମ୍ମୁ ଓ କଶ୍ମୀର ପୁନର୍ଗଠନ୍‌ ଚିଠା ଗୃହୀତ ହୋଇ ଜମ୍ମୁ ଓ କଶ୍ମୀର ଏବଂ ଲଦାଖ ନାମରେ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗଠିତ ହେବା ପରେ ମଲିକଙ୍କୁ ଗୋଆର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ୧୯୬୫ରେ ମଲିକଙ୍କର ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା ଓ ୧୯୮୦ରେ ଲୋକଦଳକୁ ପ୍ରତିନିଧିତ୍ୱ କରି ସେ ପ୍ରଥମେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୬ରେ ମଧ୍ୟ ସେ କଂଗ୍ରେସ ପାର୍ଟିର ନେତା ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ବିଜେପିରେ ଯୋଗ ଦେଇ ୨୦୦୫ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

eleven − seven =