ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି । ଆର୍ମି ରିସର୍ଚ୍ଚ ଆଣ୍ଡ ରେଫେରାଲ୍ ଆଜି ଏହି ସୂଚନା ଦେଇଛି । ସୂଚନା ଦେଇ କହିଛି ଯେ, ପ୍ରଣବଙ୍କ ଶରୀରର କେତେକ ପ୍ରକ୍ରିୟାରେ ସୁଧାର ଆସିଛି । ତେବେ ଏବେବି ସେ ଭେଣ୍ଟିଲେଟରରେ ଅଛନ୍ତି । ବୁଧବାର ଦିନ ପ୍ରଣବ ଫୁସ୍ଫୁସ୍ ସଂକ୍ରମଣର ଶିକାର ହୋଇ ଗୁରୁତର ହୋଇପଡିଥିବା ବେଳେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ହସ୍ପିଟାଲ୍ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ଫୁସ୍ଫୁସ୍ରେ ସଂକ୍ରମଣ ହୋଇଥିବାରୁ ତାଙ୍କୁ ପୂର୍ବ ପରି ଭେଣ୍ଟିଲେଟରରେ ରଖାଯିବା ସହ ଦଳେ ବିଶେଷଜ୍ଞ ଡାକ୍ତର ନିରନ୍ତର ନିରୀକ୍ଷଣ କରୁଛନ୍ତି ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଥିଲା ।
ଅନ୍ୟପକ୍ଷରେ ତାଙ୍କ ପୁଅ ପ୍ରାକ୍ତନ ସାଂସଦ ଅଭିଜିତ୍ ମୁଖାର୍ଜୀ କିନ୍ତୁ ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ବୋଲି ବୁଧବାର ଗଣମାଧ୍ୟମରେ କହିଥିଲେ । ତାଙ୍କର ଗୁରୁତ୍ୱପୂର୍ଣ୍ଣ ଶାରୀରିକ ଲକ୍ଷଣଗୁଡ଼ିକ ସ୍ଥିର ତଥା ନିୟନ୍ତ୍ରଣାଧୀନ ରହିଛି ବୋଲି ଅଭିଜିତ୍ ଜଣାଇବା ସହ ପିତାଙ୍କର ଆରୋଗ୍ୟ ଲାଭ ପାଇଁ ଅନ୍ୟମାନେ ପ୍ରାର୍ଥନା କରିବାକୁ ନିବେଦନ ମଧ୍ୟ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post