ବିହାର ପୁଲିସ୍‌ ଅଫିସରଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ଭଲ ସଙ୍କେତ ନୁହେଁ

0 117

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ବିହାରର ବରିଷ୍ଠ ପୁଲିସ୍‌ ଅଫିସର ମୁମ୍ବାଇ ଯାଇଥିବା ବେଳେ ତାଙ୍କୁ ସେଠାର ପ୍ରଶାସନ କ୍ୱାରେଣ୍ଟାଇନରେ ରଖିଥିଲେ । ଏହି ଘଟଣା ଉପରେ ସୁପ୍ରିମ୍‌କୋର୍ଟ ଆଜି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ମୁମ୍ବାଇ ପ୍ରଶାସନର ସମାଲୋଚନା କରିଛନ୍ତି । ତଦନ୍ତ କାର୍ଯ୍ୟରେ ଯାଇଥିବା ଜଣେ ପୁଲିସ୍‌ ଅଫିସରଙ୍କୁ ତାଙ୍କର କାର୍ଯ୍ୟ କରିବା ଲାଗି ସହଯୋଗ କରିବା ପରିବର୍ତ୍ତେ ଏଭଳି କ୍ୱାରେଣ୍ଟାଇନରେ ରଖାଯିବା ଅନୁଚିତ୍‌ । ମୁମ୍ବାଇ ପୁଲିସ୍‌ର ଭଲ ବୃତ୍ତିଗତ ପ୍ରତିଷ୍ଠା ରହିଛି । ରାଜ୍ୟ ପୁଲିସ୍‌ ଏଭଳି ଏକ ଅନୁଚିତ୍‌ କାର୍ଯ୍ୟ କିପରି କଲେ ବୋଲି କୋର୍ଟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ବିହାରର ରାଜଧାନୀ ପାଟନାରେ ପଞ୍ଜିକୃତ ହୋଇଥିବା ମାମଲାକୁ ମହାରାଷ୍ଟ୍ରର ମୁମ୍ବାଇକୁ ସ୍ଥାନାନ୍ତର କରିବା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ଏକ ପିଟିସନର ଶୁଣାଣି ବେଳେ ବିହାର ପୁଲିସ ଅଧିକାରୀଙ୍କୁ ବାଧ୍ୟତାମୂଳକଭାବେ ସଙ୍ଗରୋଧରେ ରଖିବା ଘଟଣା ଉପରେ ଏଭଳି ମନ୍ତବ୍ୟ ଦେଇଥିଲେ ସୁପ୍ରିମକୋର୍ଟ ।
ଆଇପିଏସ୍‌ ଅଧିକାରୀ ବିନୟ ତିୱାରୀ ରବିବାର ଯାଞ୍ଚ ଟିମର ନେତୃତ୍ୱ ନେବା ପାଇଁ ପାଟନାରୁ ମୁମ୍ବାଇରେ ପହଞ୍ଚିଥିଲେ । କିନ୍ତୁ ପହଞ୍ଚିବା ପରେ ତାଙ୍କୁ ରାତି ୧୧ଟା ସମୟରେ ବିଏମସି ଅଧିକାରୀମାନେ ବାଧ୍ୟତାମୂଳକଭାବେ ସଙ୍ଗରୋଧରେ ରହିବା ପାଇଁ କହିଥିଲେ । ଅନୁରୋଧ ସତ୍ତେ୍ୱ ତାଙ୍କୁ ଆଇପିଏସ ମେସ ଯୋଗାଇ ଦିଆଯାଇ ନଥିଲା ଏବଂ ସେ ଗୋରେଗାଓଁର ଏକ ଗେଷ୍ଟ ହାଉସରେ ରହିଥିଲେ । ଏହି ସୂଚନା ଟୁଇଟ୍‌ କରି ଲେଖିଛନ୍ତି ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ ।

hiranchal ad1
Leave A Reply

Your email address will not be published.

11 − three =