ଏନ୍କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ଦୁବେ ନିହତ

0 84

କାନପୁର : କିଛିଦିନ ତଳେ ଆଠଜଣ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଏନ୍କାଉଣ୍ଟରରେ ନିହତ ହୋଇଛି । ଗତକାଲି ତାକୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଥିଲା । ଗିରଫର ଦିନକ ପରେ ଏଭଳି ଘଟଣା ଘଟିଛି । ଏହି ଏନ୍କାଉଣ୍ଟରକୁ ନେଇ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି ।
ଆଜି ଉତ୍ତର ପ୍ରଦେଶ ଏସଟିଏଫ ତା’କୁ କାନପୁର ଆଣିଥିଲା । ତେବେ ସେ କାନପୁର ଆସିବା ବାଟରେ ପୁଲିସ୍ର ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାନପୁରର ବାରା ଠାରେ ପୁଲିସ୍ର ଗୋଟିଏ କାର ଓଲଟି ପଡିବାରୁ ଏହାର ସୁଯୋଗ ନେଇ ସେ ଖସିଯିବାକୁ ଚେଷ୍ଟା କରିଥିଲା । ତେଣୁ ପୁଲିସ୍ ତା’କୁ ଏନକାଉଣ୍ଟର କରିଥିବା କୁହାଯାଉଛି । ଏହି ଏନକାଉଣ୍ଟରରେ ଦୁଇ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ଗୁଳିମାଡ ହେବା ପରେ ବିକାଶକୁ ହସ୍ପିଟାଲ ନିଆଯାଉଥିଲା । ହେଲେ ଅଧା ବାଟରେ ମୃତ୍ୟୁ ଘଟିଛି । ପ୍ରାଥମିକ ସୂଚନା ଅନୁଯାୟୀ, ବିକାଶର ମୃତଦେହ ଏବେ ଲାଜପଥ ରାୟ ହସ୍ପିଟାଲରେ ରହିଛି । ଏଠାରେ ପୁଲିସ୍ ଓ ଡାକ୍ତରୀ ଟିମ ଉପସ୍ଥିତ ରହିଛନ୍ତି ।
ଜୁନ୍ ୩ରେ କାନପୁରରେ ବିକାଶ ଓ ତା’ର ସହଯୋଗୀମାନେ ଆଖିବୁଜା ଗୁଳିମାଡ କରି ୮ ଜଣ ପୁଲିସ୍ କର୍ମଚାରୀଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ହତ୍ୟା କରିଥିଲେ । ସେବେଠାରୁ ପୁଲିସ୍ ବିକାଶକୁ ଖୋଜୁଥିଲା । ବିକାଶକୁ ଖୋଜିବା ବେଳେ ପୁଲିସ୍ ତା’ର ୩ ଜଣ ସହଯୋଗୀଙ୍କୁ ଏନକାଉଣ୍ଟର କରିଥିଲା । ଏବେ ବିକାଶର ମଧ୍ୟ ସମାନ ଅବସ୍ଥା ଘଟିଛି ।

hiranchal ad1
Leave A Reply

Your email address will not be published.

5 + seven =