ବିସ୍ତାରବାଦ ନୁହେଁ, ଏବେ ବିକାଶବାଦର ସମୟ

0 88

ଲଦାଖ: ବର୍ତ୍ତମାନ ସମୟ ହେଉଛି ବିକାଶର ସମୟ । ବିକାଶ ହିଁ ଦେଶକୁ ଅର୍ଥନୈତିକ ଅଗ୍ରଗତି କ୍ଷେତ୍ରରେ ଦେଶକୁ ଆଗେଇ ନେବ । ବିସ୍ତାରବାଦ ବଦଳରେ ବିକାଶବାଦ ଉପରେ ଅଧିକ ଧ୍ୟାନ ଦିଆଯିବାର ସମୟ ଆସିଛି । ଆମେ ଏକ ଶାନ୍ତିପ୍ରିୟ ଦେଶ । ବିକାଶ ହିଁ ଆମର ଲକ୍ଷ୍ୟ । ଏଥିରେ ଆମକୁ କେହି ବାଧା ଦେଲେ ଆମେ ବରଦାସ୍ତ କରିବୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ଅଚାନକ ଲଦାଖ ଗସ୍ତରେ ଯାଇ ଭାରତୀୟ ଯବାନ୍ମାନଙ୍କୁ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଏହା କହିଛନ୍ତି । ସେ ଯବାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ମୋଦି କହିଛନ୍ତି, ବିଗତ ବର୍ଷ ଗୁଡିକରେ ବିସ୍ତାରବାଦୀ ନୀତି ହିଁ ମାନବଜାତିର ସବୁ ଠାରୁ ଅଧିକ କ୍ଷତି କରିଛି । ମାନବ ଜାତିର ବିନାଶ ପାଇଁ ବିସ୍ତାରବାଦୀ ନୀତି ହିଁ ଦାୟୀ । ବିସ୍ତାରବାଦୀ ନୀତିକୁ ଯିଏ ବି ଆପଣାଇବାକୁ ଚେଷ୍ଟା କରିଛି, ସେ ସର୍ବଦା ବିଶ୍ୱର ଶାନ୍ତି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପୁରା ବିଶ୍ୱ ବିସ୍ତାରବାଦ ନୀତି ବିରୋଧରେ ସ୍ୱର ଉଠାଉଛି । ଏବେ ବିଶ୍ୱ ବିକାଶବାଦୀ ଉପରେ ଗୁରୁତ୍ୱ ଦେଉଛି ।ଆଜି ବିକାଶର ସମସ୍ତ ନୀତିନିୟମକୁ ସମସ୍ତେ ସ୍ୱାଗତ କରୁଛନ୍ତି । ଯେତେବେଳେ ବି ମୁଁ ରାଷ୍ଟ୍ରୀୟ ସୁରକ୍ଷା ଉପରେ ବିଚାର କରେ ସେତେବେଳେ ଦୁଇ ଜଣ ମାତାଙ୍କୁ ସ୍ମରଣ କରିଥାଏ । ପ୍ରଥମେ ଭାରତ ମାତା ଓ ଦ୍ୱିତୀୟରେ ବୀରଙ୍କ ମାତା । ଯେଉଁମାନେ ଆପଣମାନଙ୍କ ଭଳି ବୀର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ବୋଲି ମୋଦି କହିଛନ୍ତି ।
ଲଦାଖର ନିମୁ କ୍ୟାମ୍ପରେ ପ୍ରଧାନମନ୍ତ୍ରୀ ମୋଦି ବୀର ଯବାନଙ୍କୁ ପ୍ରଶଂସା କରି କହିଛନ୍ତି, ଆପଣମାନେ ଯେଉଁ ସାହସ ଦେଖାଇଛନ୍ତି, ତାହା ପ୍ରଶଂସାଯୋଗ୍ୟ । ଗଲୱାନ ଘାଟିରେ ସହିଦ ବୀର ଯବାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସେମାନେ ବୀରତାର ପରିଚୟ ଦେଖାଇଛନ୍ତି । ଆଜି ପ୍ରତି ଦେଶବାସୀଙ୍କ ମୁଣ୍ଡ ଆପଣଙ୍କ ପାଖରେ ନତମସ୍ତକ । ଆପଣଙ୍କ ବୀରତା ପାଇଁ ଆଜି ପ୍ରତି ଭାରତୀୟଙ୍କ ଛାତି ଫୁଲିଉଠୁଛି । ଏହି ମାଟି, ପାଣି, ପଥର ଭାରତୀୟ ଯବାନଙ୍କ ପରାକ୍ରମର ସାକ୍ଷୀ । ସାରା ଦୁନିଆ ଆଜି ଭାରତୀୟ ଯବାନଙ୍କ ପରାକ୍ରମ ଦେଖିଲା । ଗଲୱାନ ଆମର । ଲଦାଖର ଏ ପୁରା ଅଞ୍ଚଳ ଭାରତର ମସ୍ତକ । ଏ ମାଟି ବୀରମାନଙ୍କ ପାଇଁ, ଏହାର ସୁରକ୍ଷା ଆମର ସଂକଳ୍ପ ।

hiranchal ad1
Leave A Reply

Your email address will not be published.

nineteen + 18 =