କାନପୁର: ଦୀର୍ଘ ବର୍ଷ ଧରି ଉତ୍ତରପ୍ରଦେଶରେ ଆତଙ୍କରାଜ ଖେଳାଇଥିବା ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଶେଷରେ ଧରାପଡ଼ିଛି । ଗତ କିଛିଦିନର କଠୋର ପରିଶ୍ରମ ପରେ ଆଜି ତାକୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି । ଗିରଫ ଅଭିଯାନ ବେଳେ ଏନ୍କାଉଣ୍ଟର ହୋଇଥିଲା । ଏଥିରେ ତା’ର ଦୁଇଜଣ ସହଯୋଗୀ ନିହତ ହୋଇଛନ୍ତି । ଏହାପରେ ତାକୁ ଥାନାକୁ ଆଣି କଡ଼ା ସୁରକ୍ଷା ମଧ୍ୟରେ ରଖାଯାଇଛି । ଆଜି ପ୍ରତ୍ୟୁଷରୁ ମଧ୍ୟପ୍ରଦେଶର ଉଜ୍ଜୟିନୀ ଅନ୍ତର୍ଗତ ମହାକାଳ ଥାନା ଅଞ୍ଚଳରୁ ତାକୁ ଗିରଫ କରାଯାଇଥିଲା ।
ମଧ୍ୟପ୍ରଦେଶ ମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି, ପୁଲିସ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସଫଳତା, ବିକାଶ ଦୁବେ ଜଣେ ନିର୍ଦ୍ଦୟୀ ଆତତାୟୀ । ସମଗ୍ର ମଧ୍ୟପ୍ରଦେଶର ପୁଲିସଙ୍କୁ ସଜାଗ କରାଯାଇଥିଲା । ତାଙ୍କୁ ଉଜ୍ଜୟିନୀର ମହାକାଳ ମନ୍ଦିରରୁ ଗିରଫ କରାଯାଇଛି । ଆମେ ଉତ୍ତରପ୍ରଦେଶ ପୁଲିସକୁ ସୂଚନା ଦେଇଛୁ ।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶର ଏହି ଗ୍ୟାଙ୍ଗ୍ଷ୍ଟର୍ ମନ୍ଦିର ପରିସରରେ ଚିତ୍କାର କରିଥିଲେ, ମୁଁ କାନପୁରର ବିକାଶ ଦୁବେ । ଏହାପରେ ମନ୍ଦିରର ନିରାପତ୍ତାରକ୍ଷୀ ପୁଲିସକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ । ଏହା ପରେ ପୁଲିସ ପହଞ୍ଚି ତାଙ୍କୁ ଧରି ନେଇଥିଲେ । ପୁଣି ମଧ୍ୟ ସେ ବଡ ପାଟିରେ କହିଥିଲେ, ମୁଁ କାନପୁରର ବିକାଶ ଦୁବେ ।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଗୁରୁବାର ପ୍ରତ୍ୟୁଷରେ ବିକାଶ ଦୁବେଙ୍କର ଅନ୍ୟ ଦୁଇଜଣ ସହଯୋଗୀ ପ୍ରଭାତ ମିଶ୍ର ଏବଂ ରଣବୀର ଶୁକ୍ଳଙ୍କୁ ଦୁଇଟି ପୃଥକ୍ ଏନ୍କାଉଣ୍ଟର୍ରେ ହତ୍ୟା କରାଯାଇଛି । ଏକ କାର୍ ଚୋରାଇ ନେଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଏଟାୱାଠାରେ ରଣବୀରଙ୍କୁ ଏନ୍କାଉଣ୍ଟର୍ କରାଯାଇଥିବା ବେଳେ ପୁଲିସ ହାଜତରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଦିଲ୍ଲୀ ନିକଟରେ ପ୍ରଭାତ ମିଶ୍ରଙ୍କୁ ଏନ୍କାଉଣ୍ଟର୍ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.
Prev Post