ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

0 103

ନୂଆଦିଲ୍ଲୀ : କରୋନା ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ଗୁରୁତର ରହିଛି । ତାଙ୍କର ମସ୍ତିଷ୍କ ଅସ୍ତ୍ରୋପଚାର ପରେ ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଛି । ୮୪-ବର୍ଷୀୟ ପ୍ରଣବ ଦିଲ୍ଲୀସ୍ଥିତ ଆର୍ମି ରିସର୍ଚ୍ଚ ଆଣ୍ଡ ରେଫରୋଲ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୋମବାର ତାଙ୍କ ଅସ୍ତ୍ରୋପଚାର ପୂର୍ବରୁ କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା । ପରୀକ୍ଷାରୁ ସେ କରୋନା ପଜିଟିଭ୍‌ ଥିବା ଜଣା ପଡିଥିଲେ । ପ୍ରଣବ ଏକ ଟ୍ୱିଟ୍‌ କରି ଲେଖିଥିଲେ, ‘ଭିନ୍ନ ଚିକିତ୍ସା ପାଇଁ ହସ୍ପିଟାଲ୍‌କୁ ଯାଇଥିଲି । ସେଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେଲି । ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ମୁଁ ଅନୁରୋଧ କରୁଛି ଯେ, ଦୟାକରି ନିଜକୁ କ୍ୱାରେଣ୍ଟାଇନ୍‌ରେ ରଖନ୍ତୁ ଓ କୋଭିଡ୍‌-୧୯ ପରୀକ୍ଷା କରାଇ ନିଅନ୍ତୁ ।’
ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଣବଙ୍କ ଝିଅ ଶର୍ମିଷ୍ଠାଙ୍କ ସହ କଥା ହୋଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଉଲ୍ଲେଖଯୋଗ୍ୟ, ପ୍ରଣବ ମୁଖାର୍ଜୀ ୨୦୧୨ରୁ ୧୦୧୭ ଯାଏ ଭାରତର ରାଷ୍ଟ୍ରପତି ଥିଲେ । ଗତବର୍ଷ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

3 × four =