ସବୁ ରେକଡର଼୍ ଭାଙ୍ଗିଲା କରୋନା

0 88

ନୂଆଦିଲ୍ଲୀ : ଭାରତରେ ଦୈନିକ କରୋନା ସଂକ୍ରମଣ ଦିନକୁ ଦିନ ନୂଆ ରେକଡର଼୍ ସୃଷ୍ଟି କରୁଛି । ଆଜି ଏହା ଅତୀତର ସବୁ ରେକଡର଼୍କୁ ଅତିକ୍ରମ କରି ଆଶ୍ଚର୍ଯ୍ୟଜନକ ଓ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୦ ହଜାର ୯୦୩ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗୋଟିଏ ଦିନରେ କେବେବି ଏତେ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇନଥିଲେ । ତେଣୁ ଏହା ଉଦ୍ବେଗର ବିଷୟ ହୋଇଛି । ଏଥିସହ ଦେଶର ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୫୪୪ରେ ପହଞ୍ଚିଛି । ସେହିପରି, ଗୋଟିଏ ଦିନରେ ୩୭୯ ଜଣଙ୍କର ମୃତ୍ୟୁ ଘଟିଛି । ଏଥିସହ ମୃତ୍ୟୁ ସଂଖ୍ୟା ୧୮ ହଜାର ୨୧୩ରେ ପହଞ୍ଚିଛି ।
କରୋନା ଭାଇରସ ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ମହାରାଷ୍ଟ୍ର । ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୮୬ ହଜାର ୬୨୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬ ହଜାର ୩୩୦ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ଦିଲ୍ଲୀରେ ୨ ହଜାର ୩୭୩ ନୂଆ ମାମଲା ସାମ୍ନାକୁ ଆସିଛି । ମହାରାଷ୍ଟ୍ରରେ ଏବେ ସୁଦ୍ଧା ୮ ହଜାର ୧୭୮ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ତାମିଲନାଡୁରେ ୪ ହଜାର ୩୪୩, ଉତ୍ତର ପ୍ରଦେଶରେ ୭୬୯, ପଶ୍ଚିମବଙ୍ଗରେ ୬୪୯, ରାଜସ୍ତାନରେ ୩୫୦, ପଞ୍ଜାବରେ ୧୧୬ ନୂଆ ମାମଲା ରହିଛି । ସବୁଠାରୁ ଭଲ ଖବର ହେଲା କରୋନା ସଂକ୍ରମିତଙ୍କ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇଛି । ଦେଶରେ କରୋନା ରୋଗୀଙ୍କ ସୁସ୍ଥ ହାର ୫୮.୨୪ ପ୍ରତିଶତ ରହିଛି ।

hiranchal ad1
Leave A Reply

Your email address will not be published.

17 + 19 =