ରେକଡର଼୍ ଭାଙ୍ଗୁଛି ଦୈନିକ ସଂକ୍ରମଣ: ମୋଟ ସଂକ୍ରମିତ ସଂଖ୍ୟା ୩.୬୬ ଲକ୍ଷ

0 76

ନୂଆଦିଲ୍ଲୀ : ଭାରତରେ ସମସ୍ତ ପ୍ରକାର ପ୍ରତିକାର ବ୍ୟବସ୍ଥା ସତ୍ତେ୍ୱ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶେଷକରି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏବେ ପ୍ରତିଦିନ ରେକଡର଼୍ ଭାଙ୍ଗୁଛି । ଆଜି ଏହା ଗତ ଦିନଗୁଡ଼ିକର ସବୁ ରେକଡର଼୍କୁ ଅତିକ୍ରମ କରିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨ ହଜାର ୮୮୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସ୍ଥାନୀୟ ବ୍ୟକ୍ତି ମଧ୍ୟ ରହିଛନ୍ତି । ଏଥିସହିତ ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୬୬ହଜାର ୯୪୬କୁ ବୃଦ୍ଧି ପାଇଛି । ସେହିପରି, ମୃତ୍ୟୁସଂଖ୍ୟା ୧୨ ହଜାର ୨୩୭ରେ ପହଞ୍ଚିଥିବା ବେଳେ ୧ ଲକ୍ଷ ୯୪ ହଜାର ୩୨୫ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।
ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ମହାରାଷ୍ଟ୍ରରେ ଦେଶରେ ସର୍ବାଧିକ ୧୧୬୭୫୨ ରହିଥିବା ବେଳେ ସର୍ବନିମ୍ନ ଆକ୍ରାନ୍ତ ହୋଇଛନ୍ତି ଆଣ୍ଡାମାନ ନିକୋବରରେ । ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୪ ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁଯାୟୀ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୪୪), ଆନ୍ଧ୍ରପ୍ରଦେଶ (୭୦୭୧), ଅରୁଣାଚଳ ପ୍ରଦେଶ (୯୯), ଆସାମ (୪୬୦୫), ବିହାର (୬୯୪୨), ଚଣ୍ଡିଗଡ (୩୬୮), ଛତିଶଗଡ (୧୮୬୪), ଦାଦର ନଗର ହାୱଲି ଏବଂ ଡାମନ ଓ ଦିଉ (୫୭) ଜଣ, ଦିଲ୍ଲୀ (୪୭୧୦୨), ଗୋଆ (୬୫୬), ଗୁଜରାଟ (୨୫୦୯୩), ହରିୟାଣା (୮୮୩୨), ହିମାଚଳ ପ୍ରଦେଶ (୫୬୯), ଜମ୍ମୁ ଓ କଶ୍ମୀର (୫୪୦୬), ଝାଡଖଣ୍ଡ (୧୮୯୫) କର୍ଣ୍ଣାଟକ (୭୭୩୧), କେରଳ (୨୬୯୭), ଲଦାଖ (୬୮୭), ମଧ୍ୟପ୍ରଦେଶ (୧୧୨୪୪), ମହାରାଷ୍ଟ୍ର (୧୧୬୭୫୨), ମଣିପୁର (୫୫୨), ମେଘାଳୟ (୪୪), ମିଜୋରାମ (୧୨୧), ନାଗାଲାଣ୍ଡ (୧୯୩), ଓଡିଶା (୪୩୩୮), ପୁଦ୍ଦୁଚେରୀ (୨୪୫), ପଞ୍ଜାବ (୩୪୯୭), ରାଜସ୍ଥାନ (୧୩୫୪୨), ସିକିମ୍ (୭୦), ତାମିଲନାଡୁ (୫୦୧୯୩), ତେଲେଙ୍ଗାନା (୫୬୭୫), ତ୍ରିପୁରା (୧୧୩୫), ଉତ୍ତରାଖଣ୍ଡ (୨୦୨୩), ଉତ୍ତରପ୍ରଦେଶ (୧୪୫୯୮) ଓ ପଶ୍ଚିମବଙ୍ଗ (୧୨୩୦୦) ରହିଛି ।

hiranchal ad1
Leave A Reply

Your email address will not be published.

4 × four =