କରୋନାକୁ ନେଇ ଆଉ ଏକ ସମସ୍ୟା: ସୁସ୍ଥ ହେବା ପରେ ବି ଦେଖାଯାଉଛି ଲକ୍ଷଣ

0 74

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବା ତଥା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ପୁଣି ଏକ ବଡ଼ ସମସ୍ୟା ଦେଖାଦେଇଛି । ଆକ୍ରାନ୍ତ ହେଉଥିବା ଲୋକମାନେ ସୁସ୍ଥ ହେବା ପରେ ବି ସେମାନଙ୍କ ଦେହରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି । ଯାହା ଚିକିତ୍ସକ ତଥା ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ଇଟାଲୀର ବୈଜ୍ଞାନିକମାନେ ଗବେଷଣା କରି ଏଭଳି ତଥ୍ୟ ପାଇଛନ୍ତି । କରୋନା ରୋଗ ଆରମ୍ଭ ହେବାର ଦୁଇ ମାସ ପରେ କିଛି ବ୍ୟକ୍ତି ପୁନର୍ବାର ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ବୋଲି ବୈଜ୍ଞାନିକମାନେ କହିଛନ୍ତି ।
ଇଟାଲୀରେ ୧୪୩ଜଣଙ୍କ ଉପରେ ଏକ ରିସର୍ଚ୍ଚ କରାଯାଇଥିଲା । ଏହି ବ୍ୟକ୍ତିମାନେ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ରିସର୍ଚ୍ଚରେ ଜଣାପଡିଥିଲା ଯେ, ୯୦ ପ୍ରତିଶତ ଲୋକ ସୁସ୍ଥ ହେବାର ୨ ମାସ ପରେ ବି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କଠାରେ ଲକ୍ଷଣ ଦେଖିବାକୁ ମିଳୁଛି । ସେମାନେ ଥକାପଣ, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ, ଗଳାରେ ପିଡା ଅନୁଭବ କରୁଛନ୍ତି । ଡେଲି ମେଲ୍ର ରିପୋର୍ଟ ଅନୁସାରେ, ସୁସ୍ଥ ହେବାର ୬୦ ଦିନ ପରେ ମାତ୍ର ୧୨,୬ ପ୍ରତିଶତ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ଆଉ କିଛି ବ୍ୟକ୍ତିଙ୍କ ଜୀବନପ୍ରଣାଳୀ ପରିବର୍ତ୍ତନ ହୋଇଛି । ଯାହା ଅତି ଚିନ୍ତାଜନକ ।
ଏହାପୂର୍ବରୁ ଏକ ରିସର୍ଚ୍ଚରେ ଜଣାପଡିଥିଲା ଯେ, କରୋନା ପାଇଁ ଯେଉଁମାନଙ୍କ ଆଘ୍ରାଣ ଶକ୍ତି ଚାଲିଯାଉଛି ସେମାନଙ୍କଠାରେ ଅନେକ ଲକ୍ଷଣ ଲାଗି ରହୁଛି । ଏପରିକି କଣ କଣ ଶରୀରରେ ପ୍ରଭାବ ପଡୁଛି ଡାକ୍ତରମାନେ ମଧ୍ୟ ଠିକସେ କହିପାରୁ ନାହାଁନ୍ତି । ଇଟାଲୀରେ ୫୫ ପ୍ରତିଶତ ଲୋକ ମାସମାସ ପରେ ମଧ୍ୟ କରୋନା ଲକ୍ଷଣର ସାମ୍ନା କରୁଛନ୍ତି । ୨୧ ପ୍ରତିଶତଙ୍କ ଛାତିରେ କଷ୍ଟ ଅନୁଭବ ହେଉଛି ।

hiranchal ad1
Leave A Reply

Your email address will not be published.

eight − 4 =